News
lipub
samparksetu

ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ହରିହରପୁର ଗ୍ରାମରେ ସନ୍ଦେହ ଜନକ ଭାବରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।ହରିହରପୁର ଗାଁର ମଙ୍ଗୁଳୁ ସାମଲଙ୍କ ପୁଅ ମହେଶ୍ବର ସାମଲ ( ୨୮) କୌଣସି କରଣରୁ ଘରୁ ରାଗି କେଉଁଆଡେ ଚାଲିଯାଇଥିଲେ ।ପରିବାର ଲୋକ ଗ୍ରାମବାସୀଙ୍କ ସହାୟତାରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ତାର ମୃତଦେହ ଗ୍ରାମ ନିକଟରେ ଥିବା ନାଳଗଣ୍ଡି ନିକଟରେ ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା ।

ଗ୍ରାମବାସୀ ମାନେ ଏହା ଦେଖି ପୋଲିସକୁ ଖବର ଦେବା ପରେ ହିନ୍ଦୋଳ ଥାନାଧିକାରିଣୀ ଚାରୁଲତା ବେହେରାଙ୍କ ସହାୟତାରେ ଯୁବକଙ୍କ ଶବକୁ ହିନ୍ଦୋଳ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବକଙ୍କ ମୃତ୍ୟୁ କୁ ନେଇ ଅନେକ ପ୍ରଶ୍ନ ଶୃଷ୍ଟି ହୋଇଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପେରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ।

new life
You might also like
error: Content is protected !!