ଢେଙ୍କାନାଳ ରେଳ ଷ୍ଟେସନ ନିକଟରେ ରେଳ ଧାରଣା କାମ ଚାଲିଥିବା ବେଳେ ଦୁର୍ଘଟଣା ଘଟି ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି ।
କର୍ମଚାରୀ ଜଣକ କୃଷ୍ଣଚନ୍ଦ୍ର ମହାରଣା ବୋଲି ଜଣାଯାଇଛି । ତାଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଛି । କାମ କରୁଥିବା କର୍ମଚାରୀ ମାନେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ କିପରି ଦୁର୍ଘଟଣା ଘଟିଲା ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ ।