News
lipub
samparksetu

ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର ଆହତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ପିକଅପ ଗାଡି ଦୁର୍ଘଟଣାରେ ଦୁଇ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ , ଅନୁଗୋଳ ଜିଲ୍ଲାର ଅନୁଗୋଳ ଥାନା ଅଂଚଳର ତାମ୍ରିତ କଲୋନୀ କେନାଲ ଅଞ୍ଚଳର ଅନାଦି ବେହେରାଙ୍କ ପୁଅ ଟୁକୁ ବେହେରା(୪୮) ଓ ଗାଡି ଡ୍ରାଇଭର କୃଷ୍ଣ ବିଶ୍ୱାଳଙ୍କ ପୁଅ ମଣ୍ଟୁ ବିଶ୍ୱାଳ ଏକ ପିକଅପ ଗାଡି ଯୋଗେ ବେପାର ପାଇଁ କ୍ଷୀର ଆଣିବାକୁ ଭୁବନେଶ୍ୱର ଯାଉଥିବା ସମୟରେ ଭାରସାମ୍ୟ ହରାଇ ହିନ୍ଦୋଳ ଉପଖଣ୍ଡ ରସୋଳ ଥାନା ଅନ୍ତର୍ଗତ ସୁକିଆବାଉତି ପେଟ୍ରୋଲପମ୍ପ ନିକଟରେ ଏକ ଗଛରେ ପିଟି ହୋଇଯିବାରୁ ଦୁଇଜଣ ଯାକ ଗୁରୁତର ଆହତ ହୋଇଥିଲେ ।

ଖବର ପାଇ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଉଭୟଙ୍କୁ ଗାଡ଼ିରୁ ବାହାର କରାଯାଇ ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡି ଦ୍ୱାରା ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା ଆଣିଥିଲେ । ଟୁକୁ ବେହେରାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ସହ ହାତ ଓ ଛାତିରେ ଗଭୀର ଆଘାତ ଲାଗିଛି ଏବଂ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଢେଙ୍କାନାଳ ଚିକିତ୍ସାଳୟ କୁ ପଠାଯାଇପାରେ ବୋଲି ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ।ଅନ୍ୟପକ୍ଷରେ ମଣ୍ଟୁ ବିଶ୍ୱାଳ ମଧ୍ୟ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।

new life
You might also like
error: Content is protected !!