News
WhatsApp Image 2023-10-04 at 17.25.00
samparksetu

ନୂଆ ବରଷ – ୨୦୨୪

ପୁରୁଣା ବରଷ ପୁରୁଣା ବରଷ
କାର୍ଯ୍ୟକାଳ ତୋର ହୋଇଲା ଶେଷ l
ଚାହୁଁ ଚାହୁଁ ପୁରିଲା ଏକ ବରଷ,
ନାମ ଥିଲା ଦୁଇ ହଜାର ତେଇଶ
କେତେ ଲୋକଙ୍କ କରିଲୁ ସର୍ବନାଶ
ଆଉ ପୁଣି କାହାର ରଖିଲୁ ଯଶ l
ସ୍ଵାଗତମ ଦୁଇ ହଜାର ଚବିଶ
ଭାରତବାସୀ ଙ୍କୁ କରହେ ଆଶିଷ l
ପିଲା ଠାରୁ ବୁଢ଼ା ହେଲେଣି ତତ୍ପର
ଭିଡ଼ ଜମି ଯିବ ମଦ କାଉଣ୍ଟର l
ରାସ୍ତା ରେ ବୋତଲ ଗ୍ଲାସ୍ ମାଳମାଳ
କେତେ ଜୀବଙ୍କ କେତେ ଲୋକଙ୍କ ପୁରିଯିବ କାଳ l
ଦର୍ଶନୀୟ ସ୍ଥାନ ଚଳଚଞ୍ଚଳ
କାର ବୋଲର ଲାଗିବ ମାଳମାଳ l
ନୂଆ ବରଷ କରିବାକୁ ପାଳନ
କେତେ ସାଙ୍ଗସାଥୀ ହୋଇବେ ମିଳନ l
ରାତି ବାରଟାକୁ ଯେ ଅପେକ୍ଷାରତ
ଚବିଶ ମସିହା କରିବାକୁ ସ୍ବାଗତ l
ସଭିଏ ବୋଲୁଥିବେ ହାପି ନ୍ୟୁୟର
ମଦ ସାଙ୍ଗେ ମାଂସ କରିଣ ଚିୟର l
ସ୍ଵାଗତମ ସ୍ବାଗତମ ହାପି ନ୍ୟୁଇଅର
ୱେଲ୍ କମ ୱେଲକମ ନ୍ୟୁଇଅର l
ବିଦାୟ ବିଦାୟ ତେଇଶ
ସ୍ଵାଗତ ସ୍ବାଗତ ଚବିଶ l

🖋️ ବ୍ରହ୍ମାନନ୍ଦ ପଣ୍ଡା, ଭେରୁଣିଆ

new life
You might also like
error: Content is protected !!