News
lipub
samparksetu

ବାଇକ ଦୁର୍ଘଟଣାରେ ତିନି ଗୁରୁତର

ବାଇକ ଦୁର୍ଘଟଣାରେ ତିନି ଜଣ ଗୁରୁତର ହୋଇଥିବା ଜଣାପଡିଛି । ଘଟଣା ଟି ଘଟିଛି ଭୁବନ ଥାନା ଅନ୍ତର୍ଗତ ବଡକାଠିଆ ରାସ୍ତାରେ। ଡୁବୁରୀ କଳିଙ୍ଗନଗର ରଣାମୁଣ୍ଡି ଗ୍ରାମର ଗଣେଶ୍ବର ମାହୁନ୍ତ ନିଜ ସ୍ତ୍ରୀ ଲକ୍ଷ୍ମୀ ମାହୁନ୍ତକୁ ଧରି ନିଜ ମଟର ସାଇକେଲରେ ଶଶୁରଘର ହଳଦିଗୁଣ୍ଡି ଯାଉଥିଲେ।

ତେବେ ବଡକାଠିଆ ରାସ୍ତାରେ ଦ୍ରୁତ ବେଗରେ ଏକ ବାଇକ ଆସି ସ୍ବାମୀ ଓ ସ୍ତ୍ରୀ ଙ୍କୁ ଆଜି ସଂନ୍ଧ୍ୟା ୫ଟା ସମୟରେ ଧକ୍କା ଦେଇଥିଲା। ୧୦୮ ସହାୟତାରେ ଏମାନଙ୍କୁ ଭୁବନ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଗଣେଶ୍ବରର ମୁଣ୍ଡରେ ଆଘାତ ହୋଇଥିବା ବେଳେ ଡାହାଣ ଗୋଡ ଭାଙ୍ଗି ଯାଇଛି। ସେହିପରି ତାଙ୍କର ସ୍ତ୍ରୀ ଲକ୍ଷ୍ମୀର କାନରୁ ରକ୍ତଶ୍ରାବ ହେଉଛି। ଏପଟେ ଦୁର୍ଘଟଣାରେ ଅନ୍ୟ ଗାଡିଚାଳକର ଡାହାଣ ଗୋଡ ମଧ୍ୟ ଭାଙ୍ଗିଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାର ଠିକଣା ମିଳି ପାରିନାହିଁ।

ତେବେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ସ୍ବାମୀ ଓ ସ୍ତ୍ରୀ ଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ପଠାଇଥିବା ବେଳେ ଅପରିଚିତ ଯୁବକଟି ଅଚେତ ଅବସ୍ଥାରେ ଥିବାରୁ ଭୁବନ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି।

new life
You might also like
error: Content is protected !!