News
lipub
samparksetu

ଜିଲ୍ଲାରେ ବୁଲୁଛି ବେଆଇନ ବନ୍ଧୁକ, ସପ୍ତଶଯ୍ୟା ଆସିଥିବା ପର୍ଯ୍ୟଟକଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଢେଙ୍କାନାଳ ଜିଲ୍ଲା ପର୍ଯ୍ୟଟନ କ୍ଷେତ୍ରରେ ସପ୍ତଶଯ୍ୟା, ଦଣ୍ଡାଧାର, ସାପୁଆର ରହିଛି ସ୍ୱତନ୍ତ୍ର ମାନଚିତ୍ର। ପୂର୍ବରୁ ପିକନିକ୍ ୠତୁ ରେ ଭରି ଉଠେ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ପର୍ଯ୍ୟଟକଙ୍କ ସୁଅ ଛୁଟେ । ହେଲେ ଦିନକୁଦିନ ପ୍ରାୟ ଲୁପ୍ତ ହେବାକୁ ବସିଲାଣି, ଜିଲ୍ଲା କୁ ସୁରକ୍ଷିତ ମଣୁନାହାଁନ୍ତି ପର୍ଯ୍ୟଟକ । ଏକ ରିପୋର୍ଟ ଅନୁଯାୟୀ ୨୦୨୧- ୨୨ ପର୍ଯ୍ୟନ୍ତ ୨୬ ଲକ୍ଷ ପର୍ଯ୍ୟଟକ ଜିଲ୍ଲା କୁ ଆସିଛନ୍ତି ଯାହାକି ଅନ୍ୟ ପର୍ଯ୍ୟଟନ ସ୍ଥଳୀର ଏକ ତୃତୀୟାଂଶ ରୁ ମଧ୍ୟ କମ୍ । ଭିତ୍ତିଭୂମୀ ବିକାଶ ଏହାର ପ୍ରମୂଖ କାରଣ ହୋଇଥିବା ବେଳେ ଆଉ ଏକ ପ୍ରମୂଖ କାରଣ ସାଜିଛି ସୁରକ୍ଷା । ଆସୁଥିବା ପର୍ଯ୍ୟଟକଙ୍କ ମତାମତ ଅନୁଯାୟୀ ପର୍ଯ୍ୟଟନ ଅଞ୍ଚଳ ଗୁଡ଼ିକରେ ସୁରକ୍ଷା ପ୍ରହରୀ ଅଭାବ ହେତୁ ସେମାନେ ଏଠାକୁ ଆସିବାକୁ ମଙ୍ଗୁ ନାହାନ୍ତି ।

ରିମା ମହାନ୍ତି ନାମକ ଜଣେ ମହିଳା ପର୍ଯ୍ୟଟକଙ୍କ କହିବା ଅନୁଯାୟୀ ୨୦୧୧ ମସିହାରେ ସାପୁଆରେ ସିଏ ମାନସିକ ନିର୍ଯ୍ୟାତନା ର ଶିକାର ହୋଇଥିଲେ ସମୟ ଅତିକ୍ରାନ୍ତେ ସପ୍ତଶଯ୍ୟା ଆସିଥିଲେ ସେଠାରେ ମଧ୍ୟ ସମାନ ଅବସ୍ଥା ଏପରିକି ସପ୍ତଶଯ୍ୟାରେ ଥିବା ଜଣେ ସୁରକ୍ଷା ପ୍ରହରୀ ଙ୍କୁ ଏନେଇ ଅଭିଯୋଗ କରିବାରୁ ସେଇ ଏଠାକୁ କାହିଁକି ଆସୁଛନ୍ତି ବୋଲି ସୁରକ୍ଷା ପ୍ରହରୀ ଓଲଟି ଜବାବ ଦେଇଥିଲେ । ଅନ୍ୟପଟେ ନିମାପଡା ର ପର୍ଯ୍ୟଟକ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ବନ୍ଧୁକମୁନରେ ତାଙ୍କୁ ହତ୍ୟା ଧମକ ଦିଆଯିବା ସହ ତାଙ୍କୁ ଆକ୍ରମଣ ମଧ୍ୟ କରିଥିଲେ ଏପରିକି ତାଙ୍କ ଗାଡିକୁ ଭଙ୍ଗାରୁଜା ମଧ୍ୟ କରିଥିଲେ । ଏଭଳି ଅନୁଭୂତି ନେଇ ଫେରିବା ପରେ ଅନ୍ୟ ପର୍ଯ୍ୟଟକ ଢେଙ୍କାନାଳକୁ କିପରି ନିଜ ପର୍ଯ୍ୟଟନସ୍ଥଳୀ ଭାବେ ଚୟନ କରିବେ ସେ ନେଇ ପ୍ରଶ୍ନ ଉଠିଛି ।

new life
You might also like
error: Content is protected !!