News
lipub
samparksetu

ଜିଲ୍ଲାରେ ବ୍ୟାଣ୍ଡ ଦଳଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ଢେଙ୍କାନାଳ ସହରରେ ଥିବା ମାଆ ଦକ୍ଷିଣକାଳୀ ବ୍ୟାଣ୍ଡ ପାର୍ଟି ମାଲିକ ସଙ୍ଘ ତରଫରୁ ବ୍ୟାଣ୍ଡ ପାର୍ଟି ମାଲିକ ମାନଙ୍କ ପ୍ରତି ହେଉଥିବା ଲାଇସେନସ ନବୀକରଣ,ରେଜିଷ୍ଟ୍ରେସନ ପାଇଁ ସରକାରୀ ଦେୟ ବାଦ ଅଧିକ ଦେୟ ନିଆଯାଉଥିବା ବେଳେ ବ୍ୟାଣ୍ଡପାର୍ଟି ମାଲିକ ଏବଂ ସେମାନଙ୍କ ସମ୍ପତ୍ତି ସୁରକ୍ଷା ପ୍ରତି ଆଇନ ପ୍ରଣୟନ ଦାବିରେ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

ଦାବି ଗୁଡିକ ଅନୁସାରେ ରେଜିଷ୍ଟ୍ରେସନ ଏକ ବର୍ଷ ବଦଳରେ ୫ବର୍ଷ ପ୍ରଦାନ,କୌଣସି ମନି ରିସିପ୍ଟ ନେଦେଇ ରେଡକ୍ରସ ରସିଦ ଦେଇ ଅନ୍ୟାୟ ଭାବରେ ୩୦ରୁ ୪୦ହଜାର ଟଙ୍କା ଦେୟ ପ୍ରଦାନର ବନ୍ଦ,ନବୀକରଣ ସମୟ ସୀମା ୫ବର୍ଷକୁ ବୃଦ୍ଧି,ବ୍ୟାଣ୍ଡ ପାର୍ଟି ଯାଉଥିବା ସମୟରେ ମାଲିକ ଏବଂ ଷ୍ଟାଫ ମାନଙ୍କ ପ୍ରତି ହେଉଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଆଇନ ପ୍ରଣୟନ,ପୋଲିସ ପ୍ରଶାସନ କରୁଥିବା ହଇରାଣକୁ ବନ୍ଦ, ବ୍ୟାଣ୍ଡ ପ।ର୍ଟି ସମ୍ପତି ନଷ୍ଟ କରୁଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ସହିତ କ୍ଷତିପୂରଣ ପ୍ରଦାନ ପାଇଁନିୟମ ସହିତ ୮ଦଫା ଦାବି ନେଇ ସଙ୍ଘ ତରଫରୁ ଶ୍ରୀରାମ ମ୍ୟୁଜିକାଲର ସହଦେବ ବର୍ମା,କନକ ଦୁର୍ଗା ମ୍ୟୁଜିକାଲର ଭୋଳେଶ୍ୱର ନାୟକ, ଜଗନ୍ନାଥ ମ୍ୟୁଜିକାଲର ମାଧବ ନାଏକ,ମହାବୀର ମ୍ୟୁଜିକାଲ ସହିତ ଅନ୍ୟ ଦଳ ତରଫରୁ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ପାଳଙ୍କୁ ପ୍ରଦାନ କରାଯାଇଛି ।

new life
You might also like
error: Content is protected !!