News
WhatsApp Image 2023-10-04 at 17.25.00
samparksetu

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ , କ୍ଷତିପୂରଣ ଦାବିରେ ରାସ୍ତାରୋକ

ଆଜି ଅପରାହ୍ନ ରେ ୫୫ ନଂ ଜାତୀୟ ରାଜପଥ ବୁଧବାର ହାଟ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତ ଵରଣ କରିଥିବା ବ୍ୟକ୍ତି ଖଡଗପ୍ରସାଦ ଗ୍ରାମ ର ବ୍ରଜବନ୍ଧୁ ପୃଷ୍ଟି ଙ୍କ ପୁତ୍ର ଶାନ୍ତନୁ ପୃଷ୍ଟି, (୨୭ ) ଏବଂ ଆହତ ବ୍ୟକ୍ତି ହେଉଛନ୍ତି ସୁରେଶ ସାହୁ ( ୩୯ ) ଉଭୟଙ୍କ ଘର ଖଡଗପ୍ରସାଦ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଉଭୟ ନିମବାହାଳି ବଜାରରୁ ନିଜ ଗ୍ରାମ ଖଡଗପ୍ରସାଦ ଗ୍ରାମ କୁ ଯିବା ବେଳେ ଏହି ଦୃଘଟଣା ଘଟିଥିଲା । ଦୃଘଟଣା ଘଟାଇଥିବା ଗାଡ଼ି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ଏହାର ପ୍ରତିବାଦରେ ଓ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତା ରୋକ୍ ଆନ୍ଦୋଳନ କରିଥିଲେ ।ଖବର ପାଇ ମୋଟଙ୍ଗା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ଓ ଓଡ଼ାପଡ଼ା ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ରେଡକ୍ରସ ପାଣ୍ଠି ରୁ ମୃତଙ୍କ ପରିବାର କୁ ୧୦ ହଜାର ଓ ଆହତଙ୍କୁ ୫ ହଜାର ଟଙ୍କା ସହାୟତା ଘୋଷଣା କରିଥିଲେ। ଫଳରେ ରାସ୍ତା ଅବରୋଧ ହଟିଥିଲା ।

new life
You might also like
error: Content is protected !!