News
WhatsApp Image 2023-10-04 at 17.25.00
samparksetu

ହାଇୱା ଗାଡ଼ି ଓଲଟି ଡ୍ରାଇଭର ମୃତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପଞ୍ଚାୟତ ଡିହଡୋଳ ଛକରୁ ମହାବିରୋଡ , ପଙ୍ଗାତିରା ଓ ପଳାଶୁଣି ଦିଗକୁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ଉପରେ ଅପରାହ୍ନ ସମୟରେ ଏକ ହାଇୱା ଗାଡ଼ି ଓଲଟି ପଡିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ପାଉଁଶ ବୋଝେଇ ହାଇୱା ଗାଡ଼ି ମହାବିରୋଡ ଦିଗକୁ ଦୃତ ଗତିରେ ଯାଉଥିବା ବେଳେ ପରଜଙ୍ଗ ବ୍ଲକ ଆମ୍ବପଳାସ ବଡମସମଶା ତଳେ ଏକ ବୁଲାଣିରେ ବାଲିଜୋର ପୋଲ ରହିଛି ।ଯାହା ଫଳରେ ଚାଳକ ଭାରସାମ୍ୟ ହରାଇ ବୁଲାଣିରେ ଥିବା ପୋଲ ନିକଟରେ ଗାଡ଼ି ସମ୍ପୂର୍ଣ୍ଣ ରାସ୍ତା ତଳକୁ ଓଲଟି ପଡିଥିଲା । ପଛରେ ଏକ କାରରେ ମହାବିରୋଡ ଅଞ୍ଚଳକୁ କୌଣସି କାମ ନେଇ ପରଜଙ୍ଗ ବ୍ଲକର ବିଜେଡ଼ି ଦଳର ଶ୍ରମିକ ନେତା ଦିଲ୍ଲୀପ ବର୍ମ୍ମା ଯାଉଥିବା ବେଳେ ଆଗ ସାମ୍ନାରେ ଏପରି ଦୃଶ୍ୟ ଦେଖି ନିଜର ଗାଡ଼ି ରଖି ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଡାକିଥିଲେ ।ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ହୋଇ ଗୁରୁତ୍ୱର ଅବସ୍ଥାରେ ପଡ଼ିଥିବା ଡ୍ରାଇଭରକୁ ପରଜଙ୍ଗ ମେଡ଼ିକାଲକୁ ନିଆଯାଇଥିଲା ।

କିନ୍ତୁ ମେଡ଼ିକାଲରେ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ।ଖବରରୁ ଜଣାଯାଏ ଗାଡ଼ିର ଡ଼୍ରାଇଭର ଅନୁଗୋଳ ଜିଲ୍ଲା ବଳରାମ ପ୍ରସାଦ ଗ୍ରାମର ଭୀମସେନ ବାରିକଙ୍କ ପୁଅ ନିରୋଦ ବାରିକ (୪୦ )ବୋଲି ଜଣାପଡିଛି ।

new life
You might also like
error: Content is protected !!