କାମାକ୍ଷାନଗର ଥାନା ପଲ୍ଲୀ ସାଆନ୍ତାରାପୁର ଗ୍ରାମ ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଜଣେ ସ୍ୱାମୀ ପରିତ୍ୟକ୍ତ ନିରାଶ୍ରୟ ମହିଳା ଙ୍କୁ ଅସଦାଚରଣ କରାଯାଇଥିବା ନେଇ କାମାକ୍ଷାନଗର ଥାନାରେ ଏକ ମାମଲା ରୁଜୁ ହୋଇଛି l
ସୂଚନା ଅନୁସାରେ , ପଲ୍ଲୀ ସାଆନ୍ତାରାପୁର ଗ୍ରାମ ର ଜନୈକା ମହିଳା ଆଜିକୁ ଦୁଇବର୍ଷ ହେବ ସ୍ୱାମୀ ଙ୍କ ଠାରୁ ହୋଇ ଏକୁଟିଆ ନିଜ ଭିଣୋଇ ଘରେ ରହୁଥିଲେ l ଗତକାଲି ରାତିରେ ଭିଣୋଇ ଙ୍କ ଅନୁପସ୍ଥିତ ରେ ସେ ଏକୁଟିଆ ଘରେ ଶୋଇଥିବା ବେଳେ ସେହି ଗ୍ରାମର ଦଳେଇ ନାଏକ ଘର କବାଟ ଭାଙ୍ଗି ରାତି ଅଧରେ ତାଙ୍କ ସହ ଅସଦାଚରଣ କରିଛନ୍ତି l ଏ ସମ୍ପର୍କ ରେ ମହିଳା ଜଣକ ତାଙ୍କ ଭିଣୋଇ ଘରକୁ ଆସିବା ପରେ ତାଙ୍କୁ ଜଣାଇବା ସହ କାମାକ୍ଷାନଗର ଥାନାରେ ଦଳେଇ ନାଏକ ଙ୍କ ନାମରେ ଅସଦାଚରଣ ହୋଇଥିବା ନେଇ ଏକ ଅଭିଯୋଗ କରିଛନ୍ତି l ଅଭିଯୋଗ ଆଧାର ରେ କାମାକ୍ଷାନଗର ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି l