News
lipub
samparksetu

କପିଳାସ ପ୍ରାଣୀ ଉଦ୍ୟାନ ହାତୀ କରିଡରରେ ବିସ୍ପୋରଣ

ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଂଚାୟତ ଅଧୀନ କପିଳାସ ପ୍ରାଣୀ ଉଦ୍ୟାନରେ ହାତୀ ଘଉଡ଼ାଇବା ପାଇଁ ରଖାଯାଇଥିବା ବାଣ ହଠାତ ତଳେ ପଡି ବିସ୍ପୋରଣ ହେବା ଫଳରେ ସେଠାରେ କାର୍ଯ୍ୟରତ ହାତୀ ସ୍କ୍ୱାର୍ଡର ଜଣେ କର୍ମଚାରୀ ନାମ ବାବୁ ପତି ଆହତ ହୋଇଥିବାର ଜଣାଯାଇଛି ।

ତାଙ୍କୁ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି ଏହି ଘଟଣା ସମ୍ପର୍କରେ ଦେଓଗାଁ ରେଞ୍ଜ ଅଧିକାରୀ ତରୁଣ କୁମାର ମହାନ୍ତି ଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି ଏଠାରେ ହାତୀ ମାନଙ୍କୁ ହାତୀ ଘଉଡ଼ାଇବା ପାଇଁ ରଖାଯାଇଥବା ବାଣ ଭୁଲ ବଶତଃ ତଳେ ପଡି ଫୁଟିଯାଇଛି, ସେପରି ବିଶେଷ ଆଘାତ ହୋଇନାହିଁ ପ୍ରାଥମିକ ଚିକିତ୍ସା ପରେ ସ୍କ୍ୱାର୍ଡ ଷ୍ଟାଫ ସୁସ୍ଥ ଥିବାର ସେ ପ୍ରକାଶ କରିଛନ୍ତି । ଯେହେତୁ ସେ ଆଜି ସକାଳେ ଢେଙ୍କାନାଳରେ ମିଟିଙ୍ଗ ରେ ଥିଲେ ବାଣ କେଉଁ ଅବସ୍ଥାରେ ଫୁଟିଲା ତଦନ୍ତ କଲେ ଜଣା ପଡିବ ବୋଲି ପ୍ରକାଶ କରିଛନ୍ତି।

new life
You might also like
error: Content is protected !!