News
lipub
samparksetu

ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆୟୋଜନ ନିମନ୍ତେ ଦିତ୍ୱୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଯୋରନ୍ଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରରିପ୍ରେକ୍ଷୀରେ ମହିମା ଧର୍ମକୁ ପ୍ରଚାର ପ୍ରସାର କରି ମହିମା ଧର୍ମର ଗାରିମା ବୃଦ୍ଧି କରିବାକୁ ସେ କହିଛନ୍ତି ।ଚଳିତ ବର୍ଷ ଫେବୃଆରୀ ୨୨ ରୁ ୨୪ ତିନି ଦିନ ଧରି ଏହି ମେଳା ଅନୁଷ୍ଠିତ ହେବ ଏବଂ ଏହି ମେଳାର ପରିଚାଳନା ଏକ ପରିଚାଳନା କମିଟି ଦ୍ୱାରା ହେବ l

ମେଳାରେ ଆୟୋଜନାରେ ପୋଲିସ ପ୍ରଶାସନ ପକ୍ଷରୁ ପୂର୍ଣ୍ଣ ସହଯୋଗ କରାଯିବ ବୋଲି ଆରକ୍ଷୀ ଅଧ‌ିକ୍ଷକ ଶ୍ରୀ ମଡକର ସନ୍ଦୀପ ସଂପଦ କହିଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା, ଯାନବାହାନ ନିୟନ୍ତ୍ରଣ, ପାକିଂ ବ୍ୟବସ୍ଥା, ନିଶା ଦ୍ରବ୍ୟ ସେବନର ନିୟନ୍ତ୍ରଣ ନିମନ୍ତେ ବିହିତ ବ୍ୟବସ୍ଥା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି ।ଏହି ଯାତ୍ରା ସମୟରେ ସମ୍ପୃକ୍ତ ଅଂଚଳରେ ଆଇନ ଶୃଙ୍ଖଳା ପାଇଁ ମଦ ଦୋକାନ ବନ୍ଦ ରହିବ । । ମେଳାର ସୁଆୟୋଜନ ନିମନ୍ତେ ବ୍ୟବସ୍ଥିତ ଗାଡି ପାର୍କିଂ,ପାର୍କିଂ ଫିଧାର୍ଯ୍ୟ,ଆଲୋକିକରଣ ବ୍ୟବସ୍ଥା, ନିରାପତ୍ତା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଆଶୁ ଚିକିତ୍ସା ବ୍ୟବସ୍ଥା, ନଳକୂଅ, କୂଅ, ପୋଖରୀ ବିଶୋଧନ, ମହିଳା ମାନଙ୍କ ପାଇଁ ଶୌଚାଳୟ ବ୍ୟବ୍ୟସ୍ଥା,ସି ସି କ୍ୟାମେରା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ଖାଉଟି ସାମଗ୍ରୀ ଓ ଜାଳେଣୀ କାଠ ଯୋଗାଣ, ନିୟନ୍ତ୍ରଣ କକ୍ଷ ସ୍ଥାପନ,ସ୍ୱତନ୍ତ୍ର ଖାଦ୍ୟ ଷ୍ଟଲ ନିର୍ମାଣ,ସୁରକ୍ଷିତ ଓ ନିରବଚ୍ଛିନ୍ନବିଦ୍ୟୁତ ଯୋଗାଣ, ମେଳାରେ ଖାଦ୍ୟ ପ୍ରଦାର୍ଥ ଯାଞ୍ଚ, ମେଳାର ପ୍ରଚାର ପ୍ରସାର ଆଦି ସମ୍ପର୍କ ରେ ବୈଠକରେ ବିଷଦ ଆଲୋଚନା ହୋଇଥିଲା ।

new life
You might also like
error: Content is protected !!