News
WhatsApp Image 2023-10-04 at 17.25.00
samparksetu

ବାଇସିଙ୍ଗା ଗାଁରେ ଜାତୀୟ ରାଜପଥ ଓଭର ବ୍ରିଜ ନିର୍ମାଣ ବିଳମ୍ବ

କାମାକ୍ଷାନଗର ଦେଇ ଯାଇଥିବା ଜାତୀୟ ରାଜପଥ ୫୩ ସମ୍ପ୍ରସାରଣ ହୋଇଛି ରାସ୍ତା ସମ୍ପୂର୍ଣ୍ଣ ହେଲାପରେ ପୁଣିଥରେ ଓଭର ବ୍ରିଜ ନିର୍ମାଣ ପାଇଁ ଭଲ ରାସ୍ତାକୁ ଭାଙ୍ଗିଲେ ଆଉ ନିର୍ମାଣ ପୁଣିଥରେ ନୂତନ ଭାବରେ ନିର୍ମାଣ ହେବାରେ ହେଉଛି ବିଳମ୍ବ , ଯାହାଫଳରେ ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି ।

କାମାକ୍ଷାନଗର ବ୍ଲକ ବାଇସିଙ୍ଗା ଗାଁରେ ଜାତୀୟ ରାଜପଥ ୫୩ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ସାରିଥିଲା ଆଉ ନିର୍ମାଣ ପରେ ପୁଣିଥରେ ଗାଁରେ ଓଭର ବ୍ରିଜ ନିର୍ମାଣ ପାଇଁ ଏନଏଚଆଇ ତରଫରୁ ନିର୍ମାଣ ହୋଇଥିବା ରାସ୍ତାକୁ ଭାଙ୍ଗିଲେ ଓଭର ବ୍ରିଜ ନିର୍ମାଣ ପାଇଁ ରାସ୍ତା ଭାଙ୍ଗିବାର ୬ମାସ ଉପରେ ହୋଇଥିବା ବେଳେ ସେଠାରେ ଉଭର ବ୍ରିଜ ନିର୍ମାଣ କାମ ଆରମ୍ଭ ମାତ୍ର କରି ଆଉ କାମ ହେଉନାହିଁ ।

ମୁଖ୍ୟ ରାସ୍ତାକୁ ଭାଙ୍ଗି ଦିଆଯାଇଛି ଆଉ ରାସ୍ତାକୁ ବନ୍ଦ ମଧ୍ୟ କରାଯାଇଛି ।ଗାଁ ଲୋକମାନଙ୍କ ପାଇଁ ନିର୍ମାଣ ହୋଇଥିବା ପାର୍ଶ୍ଵ ରାସ୍ତା ଉପରେ ଦୈନିକ ଚାଲିଲା ଭାରିଯାନ ଠାରୁ ଆରମ୍ଭ କରି ସବୁ ଗାଡ଼ି ଯାହାଫଳରେ ଗାଁର ପାଶ୍ୱ ରାସ୍ତା ସମ୍ପୂର୍ଣ୍ଣ ଭାବରେ ଖରାପ ହୋଇଗଲା ।ଗାଁର ଲୋକମାନେ ଧୂଳିଧୂଆଁରେ ଅତିଷ୍ଠ ହୋଇ ଗଲେଣି ।ଗାଁ ଲୋକମାନେ ପୂର୍ବରୁ ଓଭର ବ୍ରିଜ ନିର୍ମାଣ ପାଇଁ ଦାବି ଅପତି କରିଥିଲେ ଆଉ ଯେତେବେଳେ ଓଭର ବ୍ରିଜ ନିର୍ମାଣ ଆରମ୍ଭ ହୋଇଥିଲା ଲୋକମାନେ ବେଶ ଖୁସି ଅନୁଭବ କରିଥିଲେ କିନ୍ତୁ ଓଭର ବ୍ରିଜ ନିର୍ମାଣ ବିଳମ୍ବ ଏବେ ଲୋକଙ୍କୁ ଚିନ୍ତାରେ ପକାଇଛି ।

ଏହା ଯାଜପୁର-ଭୁବନ-କାମାକ୍ଷାନଗର-ତାଳଚେର-ଅନୁଗୁଳ ର ମୁଖ୍ୟ ରାସ୍ତା ହୋଇଥିବାରୁ ଦୈନିକ ଏନେକ ଗାଡ଼ି ଯାତାୟାତ କରୁଛି ।ତୁରନ୍ତ ଓଭର ବ୍ରିଜ ନିର୍ମାଣ କାମ ଆରମ୍ଭ କରି ଶେଷ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।ଏହି ଖବର ଉପରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କୁ ପଚାରିବାରୁ ସେ କହିଲେ ଏନଏଚଆଇ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି କିପରି ତୁରନ୍ତ ରାସ୍ତା କାମ ସମ୍ପୂର୍ଣ୍ଣ କରାଯିବ ଆଲୋଚନା କରିବେ ।

new life
You might also like
error: Content is protected !!