News
lipub
samparksetu

ବାଇକ ଧକ୍କାରେ ଫରେଷ୍ଟର ମୃତ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗିରିଧରପ୍ରସାଦର ଜଣେ ବନକର୍ମଚାରୀଙ୍କ ବାଇକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।

ଖବରରୁ ପ୍ରକାଶ ଯେ ,ରାସୋଳ ଥାନା ଗିରିଧରପ୍ରସାଦ ଗ୍ରାମର ଫରେଷ୍ଟର ଚାକିରୀ କରୁଥିବା ତରୁଣସେନ ପଟ୍ଟନାୟକ ନୟାଗଡ ଜିଲ୍ଲା ମହାନଦୀ ୱାଇଲଡ ଲାଇଫରେ ଫରେଷ୍ଟର ଭାବେ କାର୍ଯ୍ୟ କରୁଥିଲେ।କିଛିଦିନ ତଳେ ସେ ଛୁଟିରେ ନିଜ ଗ୍ରାମକୁ ଆସିଥିଲେ ଏବଂ ସୋମବାର ଦିନ କୌଣସି ଏକ କାର୍ଯ୍ୟରେ ବାଇକ ଯୋଗେ ବାହାରକୁ ଯାଇ କାର୍ଯ୍ୟ ସାରି ଅପରାହ୍ନ ୩ଟା ସମୟରେ ବାଇକ ଯୋଗେ ଫେରୁଥିବା ବେଳେ କାରନ୍ଦା ଅଞ୍ଚଳଠାରେ ଭାରସାମ୍ୟ ହରାଇ ଗଛରେ ପିଟିହୋଇ ତଳେ ଛିଟିକି ହୋଇ ପଡ଼ି ଯାଇଥିଲେ।

ଫଳରେ ତରୁଣଙ୍କ ମୁଣ୍ଡ ଫାଟିଯିବା ସହ ପ୍ରଚୁର ରକ୍ତସ୍ରାବ ହୋଇ ଯନ୍ତ୍ରଣାରେ ଛାଟିପିଟି ହେଉଥିବାବେଳେ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଏବଂ ଖବର ପାଇ ପୋଲିସ ଏକ ମାମଲା ରୁଜ୍ଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

new life
You might also like
error: Content is protected !!