ଗରିବଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ସାଜିଛି ବରଦାନ। ତଥାପି ମେଣ୍ଟୁନି ଅଭାବ । ବିଜୁ ସ୍ବାସ୍ଥ୍ୟ କାର୍ଡ ରୁ ଟଙ୍କା ଶେଷ ହୋଇଯିବା ପରେ ଅଧିକ ଟଙ୍କା ଯୋଗାଡ ପାଇଁ କହି ହସ୍ପିଟାଲରୁ ବାହାର କରିଦିଆଯାଇଛି । ଆଉ ୩ଲକ୍ଷ ଯୋଗାଡ କଲେ ଖପୁରୀ ପ୍ରତ୍ୟାରୋପଣ ହୋଇପାରିବ ବୋଲି ରୋକ ଠୋକ୍ ଜଣାଇ ଦେଇଛି କେୟାର ହସ୍ପିଟାଲ କର୍ତ୍ତୃପକ୍ଷ ।
ଗାଈଚରାଳୀ କେଶବଙ୍କ ଖପୁରୀ ପ୍ରତ୍ୟାରୋପଣ ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ । ଖବର ରୁ ଜଣାଯାଏ ଯେ ଜାନୁଆରୀ ୨୨ ତାରିଖରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦୟଣାବିଲ୍ ପଞ୍ଚାୟତ ର କହ୍ନେଇପାଳ ଗ୍ରାମର ଗାଈ ଚରାଳି କେଶବ ପରିଡ଼ା ନିଜ ଘରେ ପଡ଼ିଯାଇଥିଲେ । ପରିବାର ଲୋକ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ପରେ ଡାକ୍ତର ଖାନାରୁ ରୁ ଫେରି କେୟାର ହସ୍ପିଟାଲରେ ଚିକିତ୍ସା ହୋଇଥିଲେ । ଖପୁରୀ କୁ ଅପରେସନ କରାଯାଇ ଫ୍ରିଜ୍ ରେ ରଖାଯାଇଛି। କେୟାର ର ୩ ଲକ୍ଷ ଓ ଅନ୍ୟ ହସ୍ପିଟାଲ ରେ ୨ଲକ୍ଷ ବିଜୁ ସ୍ବାସ୍ଥ୍ୟ କାର୍ଡ ରୁ ଶେଷ ହେବା ସହ ଧାର ଉଦ୍ଧାର କରି ୩ରୁ ୪ଲକ୍ଷ ଖର୍ଚ୍ଚ ହୋଇଯାଇଛି । ତେବେ କେଶବ ପରିଡ଼ା ଦୈନିକ ମୂଲ ମଜୁରୀ କଲେ ପରିବାର ପୋଶାକି ହୁଅନ୍ତି ।
ତାଙ୍କ ଖପୁରୀ ପ୍ରତ୍ୟାରୋପଣ ପାଇଁ ଆହୁରି ୩ଲକ୍ଷ ଆବଶ୍ୟକ ବୋଲି କେୟାର ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଅର୍ଥ ରାଶି ପାଇଁ ଢେଙ୍କାନାଳ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି ପୁଅ ବିକାଶ ପରିଡ଼ା ।