News
lipub
samparksetu

ଝାଡା ବାନ୍ତିରେ ଗଲାଣି ତିନି ମୁଣ୍ଡ

ଗତ ୨୫ ତାରିଖ ରୁ ଓଡ଼ାପଡ଼ା ବ୍ଲକ ନୟାଭାଗିରଥିପୁର ଗ୍ରାମ ପଞ୍ଚାୟତ ଅଧୀନ କୁଞ୍ଜବିହାରୀପୁର ଆଦିବାସୀ ବସ୍ତିରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇ ଜଣ ମୃତ୍ୟୁବରଣ କରିଥିବା ବେଳେ ୮ ରୁ ୧୦ ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ କଟକ କୁ ଓ ଦୁଇ ଜଣ ଢେଙ୍କାନାଳ ଡାକ୍ତରଖାନା କୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଥିଲା।ସେଥି ମଧ୍ୟରୁ ପବିତ୍ର ଦେହୁରୀ ୫୭ ବର୍ଷ ନାମକ ବ୍ୟକ୍ତି ଆଜି ମୃତବରଣ କରିଥିବା ଜଣାପଡିଛି।

ଝାଡ଼ାବାନ୍ତିରେ ଗୁରୁତର ଅସୁସ୍ଥ ହୋଇ ପଡିଥିବା ପଦ୍ମା ଖଟୁଆ ନାମୀ ମହିଳା ଙ୍କୁ ମେରାମଣ୍ଡଳୀ ଡାକ୍ତରଖାନା ରୁ ଢେଙ୍କାନାଳ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

ଗତ ୨୫ ତାରିଖ ସୋମବାର ଦିନ ଗ୍ରାମ ର ଚୁନ ଦେହୁରୀ ୬୫ ବର୍ଷ ନାମକ ମହିଳା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ କଟକ ଡ଼ାକ୍ତରଖାନାରେ ମୃତ ଵରଣ କରିଥିଲେ। ସେହିପରି ଗତ ୨୮ ତାରିଖ ଦିନ ଚୁଙ୍ଗୁଲା ଦେହୁରୀ ଙ୍କ ମୃତ ଵରଣ ହୋଇଥିଲା। ଆଜି କଟକ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ଉକ୍ତ ଗ୍ରାମର ପବିତ୍ର ଦେହୁରୀ ୫୭ ବର୍ଷ ଙ୍କର ମୃତବରଣ ହୋଇଥିବା ଜଣାପଡିଛି। ଗ୍ରାମ ରେ ଝାଡ଼ାବାନ୍ତି ଆକ୍ରାନ୍ତ ଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଆଜି ପବିତ୍ର ଦେହୁରୀ ଙ୍କ ମୃତ୍ୟୁ ପରେ ଗ୍ରାମରେ ଲୋକ ମାନଙ୍କ ମନରେ ଭୟ ଛାଡି ନଥିବା ଜଣାପଡ଼ିଛି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ଓଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ଅନନ୍ତ କୁମାର ରାଉଳ କହିଛନ୍ତି। ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ନୟାଭାଗିରଥିପୁର ସରପଞ୍ଚ ଜତି ନାଏକ ସରକାରଙ୍କ ନିକଟରେ ଦାବି କରିଛନ୍ତି।

new life
You might also like
error: Content is protected !!