News
WhatsApp Image 2023-10-04 at 17.25.00
samparksetu

୧.୦୪ କୋଟି ଟଙ୍କାର ବ୍ୟାଙ୍କ ଠକେଇ ରାକେଟର ପର୍ଦ୍ଦାଫାସ କଲା କ୍ରାଇମବ୍ରାଞ୍ଚ, ଦୁଇ ବ୍ୟାଙ୍କ କର୍ମଚାରୀଙ୍କ ସହ ୩ଗିରଫ

ବଣ୍ଟି ବବଲି ହୋଇ ଲୁଟୁଥିଲେ ଦୁହେଁ, ସାଥ ଦେଉଥିଲେ ସହଯୋଗୀ ଡେପୁଟି ମ୍ୟାନେଜର । ଘଟଣା ଟି ହେଉଛି ଢେଙ୍କାନାଳ ସହର ମଧ୍ୟରେ ଥିବା ଆଇସିଆଇସିଆଇ ବ୍ୟାଙ୍କ ର । ସେସମୟରେ କାର୍ଯ୍ୟରତ ଥିବା ରିଲେସନସିପ୍ ମ୍ୟାନେଜର ଆଠଗଡ ଅଞ୍ଚଳର ସ୍ୱାଗତିକା ସ୍ୱାଇଁ ତାଙ୍କ ସ୍ବାମୀ ମନୋଜ କୁମାର ସାହୁ ଏବଂ ଡେପୁଟି ମ୍ୟାନେଜର ଅନୁଗୁଳ ଅଞ୍ଚଳର ପ୍ରଶାନ୍ତ କୁମାର ସାହୁ, ଫିକ୍ସଡ ଡିପୋଜିଟ୍ ବିରୋଧରେ ଅନଧିକୃତ ଓଭରଡ୍ରାଫ୍ଟ ଭାବରେ କରାଇ କୋଟିକୋଟି ଟଙ୍କା ହଡ଼ପ କରିଥିଲେ । ଏଭଳି ଏକ ବଡ଼ ଖୁଲାସା କରିଛି କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ୍ ୟୁନିଟ୍ ପର୍ଦ୍ଦାଫାସ କରିଛି ।

ଢେଙ୍କାନାଳ ଶାଖାର ଅନେକ ଗ୍ରାହକଙ୍କ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରୁ ସନ୍ଦେହଜନକ ଅନଧିକୃତ କାରବାର ହୋଇଥିବା ଜଣାପଡ଼ିବା ପରେ ଏହି ଠକେଇର ପର୍ଦ୍ଦାଫାସ ହୋଇଛି। ଏହି ଅଭିଯୋଗ ପରେ ଆଇସିଆଇସିଆଇ ବ୍ୟାଙ୍କର ଫାଇନାନ୍ସିଆଲ କ୍ରାଇମ ପ୍ରିଭେନସନ୍ ଗ୍ରୁପର ଆଞ୍ଚଳିକ ମୁଖ୍ୟ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ ।

ଗ୍ରାହକଙ୍କ ସୂଚନା ଅନୁଯାୟୀ ସ୍ୱାଗତିକା ମିଠାମିଠା କଥା କହି ବାରମ୍ବାର ଲୋକଙ୍କ ମନ ଜିଣୁଥିବା ବେଳେ କୌଣସି ଜାଗାରେ ଠକେଇ ର ବାସ୍ନା ପାଇଥିଲେ ଗ୍ରାହକ । ତେବେ ଏନେଇ ସେସମୟର ଡେପୁଟି ମ୍ୟାନେଜର ପ୍ରଶାନ୍ତ କୁମାର ସାହୁଙ୍କୁ ମୌଖିକ ଅଭିଯୋଗ କରିବାରୁ ସେ ମଧ୍ୟ ଗ୍ରାହକଙ୍କୁ ବୁଝାଇ ସୁଝାଇ ଫେରାଇଦେଇଥିଲେ । ତେବେ ଏନେଇ ଘଟଣା ର ମାଷ୍ଟର ମାଇଣ୍ଡ ସ୍ୱାଗତିକାଙ୍କୁ ଚେତାଇଦେଇଥିବା ଅନୁମାନ କରାଯାଉଛି କାରଣ ଅଭିଯୋଗ ପରେ ଆଗଭଳି ସ୍ୱାଗତିକା ଆଉ ଗ୍ରାହକଙ୍କ ଯୋଗାଯୋଗରେ ରହୁନଥିଲେ ।


ସେହିପରି କାରିଗର ସାହି ଅଞ୍ଚଳର ଜଣେ ଗ୍ରାହକଙ୍କ କହିବା ଅନୁଯାୟୀ ସ୍ୱାଗତିକା ସଫ୍ଟୱେର ଅପଡେଟ୍ ଆଳରେ ତାଙ୍କ ମୋବାଇଲ ନେଇ ଲୋନ୍ ପାଇଁ ଆବେଦନ କରିଦେଇଥିଲେ ଏବଂ କେବଳ ତାଙ୍କ ସହ ନୁହେଁ ଏଭଳି ବହୁ ଗ୍ରାହକଙ୍କୁ ସ୍ୱାଗତିକା ଠକିଥିବାର ମଧ୍ୟ ସିଏ ଅନୁମାନ କରୁଛନ୍ତି ।

ଅନ୍ୟପଟେ ବ୍ୟାଙ୍କର ଆଭ୍ୟନ୍ତରୀଣ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଠକେଇ କାରବାର ଫିକ୍ସଡ ଡିପୋଜିଟ୍ ବିରୋଧରେ ଅନଧିକୃତ ଓଭରଡ୍ରାଫ୍ଟ ଭାବରେ କରାଯାଇଥିଲା । ଢେଙ୍କାନାଳ ଟାଉନ ଥାନାରେ ସ୍ୱାଗତିକା ସ୍ୱାଇଁ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ୩ଟି ସମାନ ମାମଲା ରୁଜୁ ହୋଇଛି। ଅନ୍ୟାନ୍ୟ ଅପରାଧରେ ସମ୍ଭାବ୍ୟ ସମ୍ପୃକ୍ତି ନେଇ ଅଧିକ ଅନୁସନ୍ଧାନ ଜାରି ରହିଛି।

new life
You might also like
error: Content is protected !!