News
lipub
samparksetu

ରାସ୍ତାରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଗଲେ ୪ଜଣ ଯାତ୍ରୀ

ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ତୋରଡାନାଳୀ ଗାଁ ନିକଟରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ୪ଜଣ ଯାତ୍ରୀ। କାରରେ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ। ଟାଟା ଇଣ୍ଡିଗୋ କାରଟି ତୋରଡାନାଳୀ ଗାଁରୁ ଯାତ୍ରୀ ନେଇ କୁଟୁରିଆ ପଞ୍ଚାୟତ ଅନ୍ତର୍ଗତ ମା ବିଲେଇଶୁଣିଙ୍କ ଶକ୍ତି ପୀଠକୁ ଯାଉଥିବା ବେଳେ ଘଟିଛି ଅଘଟଣ।

ହଠାତ କାରରେ ଧୂଆଁ ବାହାରିବା ସହିତ କ୍ଷଣକରେ କାରଟି ଜଳି ଯାଇଥିଲା। ଖବର ପାଇ କଙ୍କଡ଼ାହାଡ଼ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ କାହାର କିଛି କ୍ଷତି ହୋଇନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ମାତ୍ର ଇଣ୍ଡିଗୋ କାରଟି ସଂପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି।

new life
You might also like
error: Content is protected !!