News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳରେ ଫୁଟିଲା ପଦ୍ମ ,୪ ବିଧାନସଭା ସିଟ ପୋଛିନେଲା ବିଜେପି

ଢେଙ୍କାନାଳ ଜିଲ୍ଲାରେ ଥିବା ୪ଟି ନିର୍ବାଚନ ମଣ୍ଡଳୀରେ ବିଜେପି ୪ଟି ଯାକ ସିଟ ହାତେଇ ନେଇଛି । ବିଜେଡ଼ି କୁ ଶୋଚନୀ ଭାବରେ ପରାସ୍ତ କରି ଏହି ସିଟ ହାସଲ କରିଥିବାର ଜଣାପଡିଛି ।ଢେଙ୍କାନାଳ ୫୫ ନିର୍ବାଚନ ମଣ୍ଡଳୀରୁ ବିଜେପିର କୃଷ୍ଣଚନ୍ଦ୍ର ପାତ୍ର ବିଜେଡ଼ି ର ସୁଧୀର କୁମାର ସାମଲଙ୍କୁ ପ୍ରାୟ ୨୦ ହଜାର ୧୨୯ ଖଣ୍ଡ ଭୋଟରେ ପରାଜିତ କରିଥିବାର ଜଣାପଡିଛି ।

ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୨ହଜାର ୧୫୭ ଜଣ ମତ ସାବ୍ୟସ୍ତ କରିଥିବା ବେଳେ ପୁରୁଷ ମାନଙ୍କ ମଧ୍ୟରେ ୧ଲକ୍ଷ ୪ ହଜାର ୪୩୧ ଜଣ ଭୋଟ ଦେଇଥିବା ବେଳେ ମହିଳା ମାନଙ୍କ ମଧ୍ୟରେ ମୋଟ ୯୭ ହଜାର ୭୨୩ଜଣ ଓ ତୃତୀୟ ଲିଙ୍ଗି ୩ ଜଣ ମତସାବ୍ୟସ୍ତ କରିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ହାରାହାର ୭୪.୫୫ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି ।ଢେଙ୍କାନାଳ ବିଧାନସଭା କ୍ଷେତ୍ରରେ ସମୃଦ୍ଧ ଓଡିଶାର ସ୍ୱସ୍ତିଦା ଶତପଥୀ ୩୫୦ ଖଣ୍ଡ ଭୋଟ ପାଇଥିବା ବେଳେ ସ୍ୱାଧିନ ଭାବରେ ବିକାଶ ନାୟକ ୫୧୩ଖଣ୍ଡ , ମେଘନାଦ ନନ୍ଦ ୬୫୦,ବିଜେପିର କୃଷ୍ଣଚନ୍ଦ୍ରପାତ୍ର ୧ଲକ୍ଷ ୫ ହଜାର ୮୬୯ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ତରଫରୁ ସୁସ୍ମିତା ସିଂହଦେଓ ୪ ହଜାର ୫୮୩ଖଣ୍ଡ,ଆପର ଭରତ କୁମାର ଦାସ ୧ ହଜାର ୪୨୫ ,ବିଜେଡି ତରଫରୁ ସୁଧୀର କୁମାର ସାମଲ
୮୫ ହଜାର ୭୪୦ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି ।

ଢେଙ୍କାନାଳ ବିଧାନସଭା ଆସନରୁ ବିଜୟ ହେବା ପରେ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରୀୟା ଦେବା ସହିତ ଏ ବିଜୟ ଜନତାଙ୍କର ବୋଲି କହିଥିଲେ । ଜନତା ଚାହୁଁଥିଲେ ପରିବର୍ତ୍ତନ ତାକୁ ସେମାନେ କାମରେକରି ଦେଖାଇଛନ୍ତି । ଆମେ ନିମିତ ମାତ୍ର ବୋଲି କହିଛନ୍ତି । ସାଧାରଣ ଜନତା ଦୀର୍ଘ ୨୫ ବର୍ଷ ଧରି ଅତ୍ୟାଚାରୀ,କୁଶାସନ,ନାରୀଧର୍ଷଣକାରୀ,ବେି ଦଶୀ,ତାମିଲ ଶାସନକୁ ଭୋଟର ସମ୍ପୁର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି ।

ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ବିଜେପୁର ସୀମାରାଣୀ ନାୟକ ପ୍ରାୟ ୧୧ହଜାର ୫୦୬ଖଣ୍ଡ ଭୋଟରେ ବିଜେଡ଼ିର ମହେଶ ସାହୁଙ୍କୁ ପରାଜିତ କରିଛନ୍ତି । ହିନ୍ଦୋଳ ୫୬ନିର୍ବାଚନ ମଣ୍ଡଳୀରେ ମୋଟ ୧ ଲକ୍ଷ ୯୬ହଜାର ୬୮ଜଣ ମତ ସାବ୍ୟସ୍ତ କରିଥିବା ବେଳେ ପୁରୁଷ ମାନଙ୍କ ମଧ୍ୟରେ ୯୮ହଜାର ୯୨୧ ଜଣ ଭୋଟ ଦେଇଥିବା ବେଳେ ମହିଳା ମାନଙ୍କ ମଧ୍ୟରେ ମୋଟ ୯୭ ହଜାର ୧୪୭ଜଣ ମତସାବ୍ୟସ୍ତ କରିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ହାରାହାର ୭୪.୬୯ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି ।ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ସ୍ୱାଧିନ ଭାବରେ ନିରଞ୍ଜନ ନାଏକ,ବିଜେଡିର ମହେଶ ସାହୁ, ବିଜେପିର ସୀମାରାଣୀ ନାୟକ, କଂଗ୍ରେସର ଗୋବିନ୍ଦ ଶେଖର ନାଏକ, ସ୍ୱାଧିନ ଭାବରେ କୈଳାସ ଚନ୍ଦ୍ର ନାଏକ ଓ ଜ୍ୟୋତ୍ସ୍ନାମୟୀ ବେହେରା ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ବିଜେପିର ସୀମାରାଣୀ ନାୟକ ୯୭ ହଜାର ୧୯୫ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡିର ମହେଶ ସାହୁ ୮୫ ୬୮୯ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି ।

କାମାକ୍ଷାନଗର ୫୭ ନିର୍ବାଚନ ମଣ୍ଡଳୀରେ ବିଜେପିର ଶତୃଘ୍ନ ଜେନା ବିଜେଡ଼ିର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଳିକଙ୍କୁ ୪ ହଜାର ୩ଶହ ଭୋଟରେ ପରାଜିତ କରିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୧ଲକ୍ଷ ୭୧ହଜାର ୧୫୮ ଜଣ ମତ ସାବ୍ୟସ୍ତ କରିଥିବା ବେଳେ ପୁରୁଷ ମାନଙ୍କ ମଧ୍ୟରେ ୮୮ ହଜାର ୫୩୬ ଜଣ ଭୋଟ ଦେଇଥିବା ବେଳେ ମହିଳା ମାନଙ୍କ ମଧ୍ୟରେ ମୋଟ ୯୭ ହଜାର ୧୪୭ଜଣ ଓ ତୃତୀୟ ଲିଙ୍ଗି ୨ ଜଣ ମତସାବ୍ୟସ୍ତ କରିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ହାରାହାର୭୮.୧୧ପ୍ରତିଶତ ମତଦାନ ହୋଇଥିଲେ । ସେହିପରି କାମାକ୍ଷାନଗରରେ ସ୍ୱାଧିନ ଭାବରେ ମହେଶ୍ୱର ସାହୁ, ପ୍ରଶାନ୍ତ କୁମାର ସେଠୀ, ତୁଳସୀ ସାହୁ,ପ୍ରେମାନନ୍ଦ ବେହେରା,ଶରତ ଚନ୍ଦ୍ର ନାଏକ, ବିଜେପିର ଶତୃଘ୍ନ ଜେନା,ବିଜେଡିର ପ୍ରଫୁଲ୍ଲ କୁମାରମଲ୍ଲିକ ଓ କଂଗ୍ରେସର ବିପ୍ରବର ସାହୁ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ବିଜେପିର ଶତୃଘ୍ନ ଜେନା ବିଜେଡ଼ିର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ହରାଇଛନ୍ତି ।

ପରଜଙ୍ଗ ୫୮ନିର୍ବାଚନ ମଣ୍ଡଳୀରେ ବିଜେପିର ବିଭୁତି ପ୍ରଧାନ ବିଜେଡ଼ିର ନୃସିଂହ ଚରଣ ସାହୁଙ୍କୁ ୨୭ ହଜାର ୨୦୮ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି । ବିଜେପି ଏହି ସିଟରୁ ୮୩ ହଜାର ୪୦୮ଖଣ୍ଡ
ଭୋଟ ପାଇଥିବା ବେଳେ ବିଜେଡି ୫୬ ହଜାର ୨ଶହ ଭୋଟ ପାଇଛି । ମୋଟ ୧ ଲକ୍ଷ ୭୬ହଜାର ୭୨୨ଜଣ ମତ ସାବ୍ୟସ୍ତ କରିଥିବା ବେଳେ ପୁରୁଷ ମାନଙ୍କ ମଧ୍ୟରେ ୮୯ହଜାର ୩୨୪ ଜଣ ଭୋଟ ଦେଇଥିବା ବେଳେ ମହିଳା ମାନଙ୍କ ମଧ୍ୟରେ ମୋଟ ୮୭ ହଜାର ୩୯୮ଜଣ ମତସାବ୍ୟସ୍ତ କରିଛନ୍ତି ।ଏହି ନିର୍ବାଚନ ମଣ୍ଡଳୀରେ ହାରାହାର ୮୦.୫୦ ପ୍ରତିଶତ ମତଦାନ ହୋଇଥିବାର ଜଣାପଡ଼ିଛି ।ପରଜଙ୍ଗରେ ସ୍ୱାଧିନ ଭାବରେ ବିଜୟ କୁମାର ରାଉତ ରାୟ,ରଘୁ ସିଂହ,ପତିତପାବନ ମହାପାତ୍ର, ଅଜୟ କୁମାର ବିଶ୍ୱାଳ,ଆମ୍ବେଦକର ସୋସାଇଟିର ଗଦାଧର ପ୍ରଧାନ,ବିଜେପିର ବିଭୁତି ଭୂଷଣ ପ୍ରଧାନ, ସ୍ୱାଧିନ ଭାବରେ ହିମାଂଶୁ ଭୂଷଣବାରିକ,କଂଗ୍ରେସର ରଞ୍ଜିତ କୁମାର ସାହୁ ଓ ବିଜେଡି ତରଫରୁ ଡକ୍ଟର ନୃସିଂହ ଚରଣ ସାହୁ ମଇଦାନ କୁ ଓହ୍ଲାଇଥିଲେ । ଏହି ନିର୍ବାଚନ ମଣ୍ଡଳୀରେ ବିଜେପିର ବିଭୁତି ପ୍ରଧାନ ପ୍ରାୟ ୨୭ ହଜାର ୨୦୮ଭୋଟରେ ବିଜେଡ଼ିର ପୁରୁଖା ନେତା ନୃସିଂହ ଚରଣ ସାହୁଙ୍କୁ ପରାଜିତ କରିଛନ୍ତି ।

ଢେଙ୍କାନାଳ ସାଂସଦ ଭାବରେ ରୁଦ୍ରନାରାୟଣ ପାଣି ବିଜୟ ହେବା ପରେ ସେ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ଯେ,ଆଜି ଯାହା ଘଟିଲା ତାହା ୨୦୧୯ ହେବାର ଥିଲା । ଯେଉଁଲୋକ ଦୁର୍ନିତୀ ଗସ୍ତ ତା ବିଷୟରେ ୨୦୧୬ରୁ ମିଁ କହିଆସିଛି । ମୁଖ୍ୟମନ୍ତ୍ରୀ ତାଙ୍କୁ କଣ ପାଇଁ ମୁଣ୍ଡେଇ ଥିଲେ ସେ ଜାଣିଥିବେ । ଓଡ଼ିଶା ପାଇଁ ଏଥିଲା ଏକ ଅଶୁଭ ସଙ୍କେତ ବୋଲି କହିବା ସହିତ କଲା କର୍ମର ଫଳ ଭୋଗୁଛନ୍ତି ବୋଲି କହିଥିଲେ । ସରକାରୀ କଳର ଅପବ୍ୟବହାର କରି ୨୦୧୯ରେ ସେ ବିଜୟୀ ହୋଇଥିଲେ । ମୁଁ ବିଜେପିରେ ଆରମ୍ଭରୁ ଅଛି,ଦଳ ସଙ୍ଗଠିତ ଭାବରେ କାର୍ଯ୍ୟକରେ । ଦଳ ୨୦୧୪ରୁ ମୁଖ୍ୟ ବିରୋଧୀ ଦଳ ଭାବରେ ରହିଆସିଛି । ରାଜ୍ୟ ସରକାରଙ୍କ ଦୁର୍ନିତୀର ପ୍ରତିବାଦ ବି କରିଛି ।

new life
You might also like
error: Content is protected !!