News
lipub
samparksetu

ରେଙ୍ଗାଳୀ ତଳି ଅଞ୍ଚଳ ପଡ଼ିଛି ଶୁଖିଲା, ଚାଲିଛି ବେଆଇନ ଜଳ ଯୋଗାଣ

କେତେବଳେ ଧିର ମନ୍ଥର କାମ, କେତେବଳେ ଜମି ଅଧିଗ୍ରହଣ ସମୟରେବିବାଦ ତ କେତେବଳେ ନିମ୍ନମାନର କାମ ଅଭିଯୋଗ, ଏଭଳି କିଛି ବାଦ ବିବାଦ ଭିତରେ ନିର୍ମାଣ ହୋଇଛି ରେଙ୍ଗାଳୀ ଜଳ ସେଚନ ପ୍ରକଳ୍ପ । ଚାଷୀଙ୍କୁ ଗୁରୁତ୍ୱ ଦେଇ ଏହି କେନାଲ ପ୍ରକଳ୍ପ ସରକାର ଙ୍କ ଦ୍ଵାରା କରାଯାଇଥିବା ବେଳେ ଏବେ ଏହା ଝଞ୍ଜି ହୋଇ ପଡ଼ିଛି ନୂଆ ବିବାଦ ଭିତରେ ।

ମିଳିଥିବା ସୂଚନା ଅନୁଯାୟୀ , ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଧୀର ପାଟଣାର ଗ୍ରାମ ନିକଟ ଦେଇ ଯାଇଥିବା ରେଙ୍ଗାଳୀ କେନାଲରେ ଶତାଧିକ ଚାଷୀ ଉପକୃତ ହୋଇଥାନ୍ତି । ହେଲେ ବିଗତ ଦିନରେ ଏହା ଶୁଖିଲା ପଡିଥିବାର ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଚାଷୀ। ଯାହା ସିଧାସଳଖ ଚାଷ କାମକୁ ପ୍ରଭାବିତ କରିଛି ବୋଲି ମଧ୍ୟ ଜଣାଇଛନ୍ତି । ଚାଷୀଙ୍କ ଅଭିଯୋଗ ଅନୁଯାୟୀ ରେଙ୍ଗାଳୀ କେନାଲ ମଝିରେ ବାଲି ବନ୍ଧ ପକାଇ ସ୍ଥାନୀୟ ଅଞ୍ଚଳରେ ଗଢିଉଠିଥିବା ଏକ ୱାଟର ପାର୍କ କୁ ପାଣି ଯୋଗା ଯାଉଛି । କେନାଲ ଭିତରେ ବାଲି ବନ୍ଧ ତିଆରି ଫଳରେ ତଳବନ୍ଧ ଅଞ୍ଚଳ ସମ୍ପୂର୍ଣ୍ଣ ଶୁଖିଲା ପଡ଼ିରହିଛି ଯାହାକୁ ନେଇ ଜନ ସାଧାରଣରେ ଓ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଅନ୍ୟପଟେ ଚାଷ କାମପାଇଁ ଏହି କେନାଲ ପାଣି ଯୋଗାଯାଉଥିବା ବେଳେ କିଭଳି ବିନା ଅନୁମତି ରେ ଏହି ସଂସ୍ଥା ଏଠାରୁ ପାଣି ନେଉଛି ବୋଲି ସ୍ଥାନୀୟ କିଛି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । ଏନେଇ ବିଭାଗୀୟ ଅଧିକାରୀ ଅବଗତ ଅଛନ୍ତି ଏବଂ ସବୁ ଜାଣିଶୁଣି ଚୁପ୍ ରହିଛନ୍ତି ବୋଲି ଅଧିକାରୀ ଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଚାଷୀ । ତେବେ ଏନେଇ କୌଣସି ଅଭିଯୋଗ ଆସିନାହିଁ ଏବଂ ଖବର ମଧ୍ୟ ନାହିଁ, ଯଦି ଏଭଳି କିଛି ଘଟିଥାଏ ତେବେ ଏହାର ତଦନ୍ତ ହେବାସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟଯନ୍ତ୍ରୀ ଶ୍ରୀ ପ୍ରଦୀପ ପ୍ରଧାନ ଏକ ଗଣମାଧ୍ୟମ ରେ ସୂଚନା ଦେଇଥିବାର ଦେଖାଦେଇଛି ।
କର୍ତ୍ତୃପକ୍ଷ ଙ୍କ ନଜର ଏହା ଉପରେ କେବେ ପଡୁଛି ଏବଂ କଣ କାର୍ଯ୍ୟାନୁଷ୍ଠାନ ତାହା ଦେଖିବାକୁ ବାକି ରହିଲା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ।

new life
You might also like
error: Content is protected !!