News
lipub
samparksetu

ଇଲେଭେନ କେଭି ତାର ସଂସ୍ପର୍ଶରେ ଆସି ଜଳିଗଲେ କର୍ମଚାରୀ

ରେଲୱେ ଇଲେଭେନ କେଭି ତାର ସଂସ୍ପର୍ଶରେ ଆସି ଜଳିଗଲେ କର୍ମଚାରୀ ।ମୃତକ ଜଣଙ୍କ ହେଲେ କଲିକତା ମୃସିଦାବାଦର ମିଲନ କୁମାର।ଢେଙ୍କାନାଳ ଷ୍ଟେସନ ନିକଟସ୍ଥ ରାମେଶ୍ୱରପୁର ନିକଟରେ କାମ କରୁଥିବା ବେଳେ ଘଟିଛି ଅଘଟଣ।ଡବଲ ରେଳ ଲାଇନ ଟ୍ରାକ ପାଇଁ ମାପଚୁପ କାମ କରୁଥିଲେ ମିଲନ।ହାତରେ ଥିବା ଆଲୁମିନିୟମ ବାଡି ଉପର ୧୧ କେଭି ତାରରେ ଲାଗି ଯାଇଥିଲା।ଫଳରେ ଘଟଣାସ୍ଥଳରେ ଖସି ପଡିଥିଲେ ରେଳ କର୍ମଚାରୀ ମିଲନ।

ପରେ ତାଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ଘଟଣା ପରେ ସ୍ଥାନୀୟ ରାମେଶ୍ୱରପୁର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।ଜନବସତି ନିକଟଦେଇ କମ ଉଚ୍ଚତାରେ ଇଲେଭେନ କେଭି ତାର ଯାଇଥିବାରୁ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।ତୁରନ୍ତ ଏନେଇ ରେଳ ବିଭାଗ ପକ୍ଷରୁ ଅଞ୍ଚଳ ବାସୀଙ୍କ ସୁରକ୍ଷା ପାଇଁ ବିହିତ ପଦକ୍ଷେପ ନେବାକୁ ଦାବି ହୋଇଛି।

new life
You might also like
error: Content is protected !!