News
lipub
samparksetu

ଟ୍ରକ ଚକା ତଳେ ଦୁଇ ବାଇକ୍ ଆରୋହୀ ଙ୍କ ଜୀବନ ଗଲା

ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ୫୫ ନଂ ଜାତୀୟ ରାଜପଥ ଚିନ୍ତା ପୋଖରୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ଙ୍କ ପ୍ରାଣହାନି ଘଟିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ , ଢେ଼ଙ୍କାନାଳ ଆଡ଼ୁ ଅନଗୁଳ ଅଭିମୁଖେ ଦୁଇଜଣ ଵ୍ୟକ୍ତି ଏକ ମୋଟରସାଇକେଲ ରେ ଯାଉଥିବା ବେଳେ ପଛରୁ ଆସୁଥିବା ଏକ ଓ ଡି ୩୫ ଜି ୯୭୦୬ ନଂ ଟ୍ରକ ଟି ବାଇକ୍ ଆରୋହୀ ଙ୍କୁ ଧକ୍କା ଦେଇଥିଲା ଫଳରେ ଦୁଇ ବାଇକ୍ ଆରୋହୀ ଙ୍କ ମଧ୍ୟରୁ ଜଣଙ୍କ ଉପରେ ଟ୍ରକ ଚକା ଚଢ଼ିଯାଇଥିବା ବେଳେ ଆଉଜଣେ ଛିଟିକି ପଡି ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି।ଦୁର୍ଘଟଣା ଖବର ପାଇ ମୋଟଙ୍ଗା ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ୍ୟୁ ବ୍ୟକ୍ତି ଙ୍କୁ ବ୍ୟବଚ୍ଛେଦ ନିମନ୍ତେ ଢେଙ୍କାନାଳ ଡାକ୍ତରଖାନା କୁ ପଠାଇ ଏକ କେସ ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

new life
You might also like
error: Content is protected !!