News
WhatsApp Image 2023-10-04 at 17.25.00
samparksetu

ସମ୍ପର୍କ ଓ ବିଶ୍ଵାସ

ବିଶ୍ୱାସ ସୁସ୍ଥ ସମ୍ପର୍କର  ପରିଚାୟକ। ଦୁଇ ଜଣ ଯଦି ପରସ୍ପର ଉପରେ ବିଶ୍ଵାସ ରଖନ୍ତି ଓ ଯେ କୌଣସି ପରିସ୍ଥିତିରେ ଏହା ପ୍ରଶ୍ନବାଚୀ ନହୁଏ , ତେବେ ଏହାକୁ ଦୃଢ଼ ସମ୍ପର୍କ ବୋଲି ଧରି ନିଆଯାଏ। କିନ୍ତୁ , ସ୍ଥଳବିଶେଷରେ ଦେଖାଯାଏ ଯେ କିଛି ବ୍ୟକ୍ତି ଅଲଭ୍ୟ ରେ କିଛି ପାଇବା ପାଇଁ ସମ୍ପର୍କ ଯୋଡ଼ିଥାନ୍ତି ସେମାନଙ୍କର ସମ୍ପର୍କ ସେହି ନିର୍ଦ୍ଦିଷ୍ଟ ବିଷୟରେ ସିମୀତ ଥାଏ। ଭବିଷ୍ୟତ ହିଁ କହିଥାଏ ସେମାନଙ୍କ ର ଲକ୍ଷ୍ୟ ପୂରଣ ହେଲାକି ନାହିଁ।

ବିଶ୍ଵାସ ଥରେ ହରେଇ ଵସିଲେ ତାକୁ ପୁନଃ ସ୍ଥାପିତ କରିବା ପାଇଁ ବହୁତ ମିଳିତ ପ୍ରୟାସ କରିବାକୁ ହୋଇଥାଏ। ଯେଉଁ ବ୍ୟକ୍ତି ଯୋଗୁଁ ବିଶ୍ୱାସ ସମ୍ପର୍କ ଠାରୁ ଅପସରି ଯାଇଥାଏ ସେହି ବ୍ୟକ୍ତି ନିଜକୁ ପ୍ରମାଣିତ କରିବାକୁ ହୋଇଥାଏ ଯେ ସେ ଦୋଷୀ ନୁହେଁ ତଥା ସେ କିଛି ଭୁଲ କରିନାହିଁ। ହୁଏତ ଭୁଲ ବୁଝାମଣା ଯୋଗୁଁ ସମ୍ପର୍କ ଭିତରେ ଅବିଶ୍ବାସ ର ଆସ୍ଥରଣ ଜମିଯାଇଥାଏ ପାରେ।

ଜୀଵନ ର ଚଲାପଥ ରେ ଅନେକ ବାଦ ବିବାଦ ଆସିଥାଏ। ଏହା ଅପରିହାର୍ଯ୍ୟ। ଏହା ଉପଯୋଗୀ କାରଣ ଏହା ଆମ ଭିତରେ ସମ୍ପର୍କ ର ସୀମା କୁ ନିର୍ଦ୍ଧିଷ୍ଟ କରିଥାଏ । ଏହାଯୋଗୁଁ ଅବିଶ୍ବାସ ର ବାତାବରଣ ଖେଳିଯାଏ। ବିନା ସମାଲୋଚନା ଓ ମତଭେଦ ରେ ସମ୍ପର୍କର ଅଭିବୃଦ୍ଧି ହୋଇନଥାଏ। ଏହା ସମ୍ପର୍କ କୁ ମାର୍ଜିତ କରିଥାଏ ଓ ପରିଶେଷରେ ଏକ ଉପଯୋଗୀ ତଥା ସୁସ୍ଥ ସମ୍ପର୍କ ସ୍ଥାପନା ରେ ସହାୟକ ହୋଇଥାଏ। ଏଥିରେ ସହାନୁଭୂତି, ନୂତନ ଚିନ୍ତାଧାରା ଓ ସମ୍ପର୍କ ଶିଖିବାର ନୂତନ କଳା ନିହିତ ଥାଏ।

✍🏻 ଅକ୍ଷୟ କୁମାର ମିଶ୍ର

new life
You might also like
error: Content is protected !!