News
WhatsApp Image 2023-10-04 at 17.25.00
samparksetu

କାହା ସ୍ୱାର୍ଥରେ ବିଲ ମଝିରେ ନିର୍ମାଣ ହୋଇଛି ଲଷ୍ମୀ ବସଷ୍ଟାଣ୍ଡ

ହିନ୍ଦୋଳ ଉପଖଣ୍ଡ କଳିଙ୍ଗା ଗ୍ରାମପଂଚାୟତ ରେ କଳିଙ୍ଗା ଗ୍ରାମର ଏକ ବିଲ ମଝିରେ ଗୋଚର ଜାଗାରେ କାହା ସ୍ୱାର୍ଥ ରେ ନିର୍ମାଣ ହୋଇଛି ଲଷ୍ମୀ ବସ ଷ୍ଟାଣ୍ଡ, ଗୋଟିଏ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ୫ ଲକ୍ଷ୍ୟ ଟଙ୍କା ରୁ ଅଧିକ ସରକାର ମଂଜୁର କରିଥିବା ବେଳେ ଏଠାରେ କେବଳ ଠିକାଦାର ଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିର୍ମାଣ ହୋଇଛି ବସ ଷ୍ଟାଣ୍ଡ । ସମସ୍ତ ନୀତିନିୟମ କୁ ଦଳି ମକଚି ଗୋଚର ଜାଗାରେ ନିର୍ମାଣ ହୋଇଛି ବସ ଷ୍ଟାଣ୍ଡ ଯାହାକି ନିର୍ମାଣ ସରିବା ଦିନରୁ ଗୋଟିଏ ଦିନ ମଧ୍ୟ ପଥଚାରି ଙ୍କ ପାଦ ପଡିନି ସେହି ବସ ଷ୍ଟାଣ୍ଡ ରେ ।

ଏପରିକି ବସ ଷ୍ଟାଣ୍ଡ ଟି ରାସ୍ତା କଡରେ ନିର୍ମାଣ ହେବାର ନିୟମ ରହିଥିବା ବେଳେ ରାସ୍ତାଠାରୁ ୨ ସହ ମିଟର ଦୂରରେ ବିଲ ମଝିରେ ନିର୍ମାଣ ହୋଇଛି ଲଷ୍ମୀ ବସ ଷ୍ଟାଣ୍ଡ କେଉଁ ଆଧାର ରେ ନିର୍ମାଣ ହୋଇଛି ତାହା ଉଚସ୍ଥରୀୟ ତଦନ୍ତ କଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ।

ଘଟଣା ରୁ ପ୍ରକାଶ ଯେ , କଳିଙ୍ଗା ଗ୍ରାମରେ ଗୋଟିଏ ଲଷ୍ମୀ ବସ ଷ୍ଟାଣ୍ଡ ନିର୍ମାଣ ହେବା ପାଇଁ ବ୍ଲକ ପକ୍ଷରୁ ଘୋଷଣା ହେବା ପରେ ଯେଉଁ ଜାଗାରେ ଷ୍ଟାଣ୍ଡ ନିର୍ମାଣ ହେଲେ ଗ୍ରାମବାସୀ ଉପକୃତ ହୋଇପାରିବେ ସେହି ଜାଗାରେ ବସ ଷ୍ଟାଣ୍ଡ ଟି ନିର୍ମାଣ ନହୋଇ କିଛି ରାଜନୈତିକ ପ୍ରରୋଚନା ରେ ଗୋଟିଏ ଗୋଚର ଜାଗାରେ ଯାହାକି ଏକ ବିଲ ମାଳରେ ନିର୍ମାଣ ହେଲା ଲଷ୍ମୀ ବସ ଷ୍ଟାଣ୍ଡ,ବିଲମାଳ ଓ ଗୋଚର ଜାଗାରେ ନିର୍ମାଣ ହେଉଥିବା ଜାଣି ଗ୍ରାମବାସୀ ମାନେ ହିନ୍ଦୋଳ ତହସିଲଦାର ଓ ଗୋଷ୍ଠୀଉର୍ଣ୍ଣୟନ ଅଧିକାରୀ ଙ୍କୁ ଅଭିଯୋଗ କରିଥିଲେ, ହେଲେ ରାଜନୈତିକ ଚାପରେ ବଶବର୍ତ୍ତୀ ହୋଇ ଅଭିଯୋଗ କୁ ଗୁରୁତ୍ୱ ଦେଇନଥିଲେ ବିଭାଗୀୟ ଅଧିକାରୀ ସରଜରୀ ନିୟମ ଅନୁଯାଇ ଗୋଟିଏ ଗ୍ରାମରେ ଥିବା ଏରିଆ ରୁ ସରକଡା ୫ ଭାଗ ରୁ ଉର୍ଦ୍ଧ୍ବ ଗୋଚର ଜମି ଥିଲେ ଗୋଚର ଜମିକୁ କିସମ ପରିବର୍ତନ କରାଯିବାର ସରକାରୀ ନିୟମ ରହିଥିବା ବେଳେ କଳିଙ୍ଗା ଗ୍ରାମରେ ଶତକଡା ୧ ପରସେଣ୍ଟ ଗୋଚର ଜାଗା ଅଛି ବୋଲି ଗ୍ରାମର କିଛି ଅଧିବାସୀ ସୂଚନା ଅଧିକାର ଆଇନ ବଳରେ ଜାଣିବାକୁ ପାଇଛନ୍ତି ଏଠାରେ ପ୍ରଶ୍ନ ଉଠେ ବେନିୟମ ଭାବେ କିପରି ଗୋଚର ଜାଗାରେ ନିର୍ମାଣ ହେଲା ବସଷ୍ଟାଣ୍ଡ ଏବଂ ଯେଉଁ ଜାଗାରେ ଏହି ବସ ଷ୍ଟାଣ୍ଡ ନିର୍ମାଣ ହୋଇଛି ବିଲ ମଝିରେ ସେହି ଜାଗାକୁ କୌଣସି ଲୋକଙ୍କର ପାଦ ପଡୁନଥିବା ବେଳେ କାହା ସ୍ୱାର୍ଥ ରେ ସରକାରି ଟଙ୍କାରେ ନିର୍ମାଣ ହେଲା ବସଷ୍ଟାଣ୍ଡ ଏବେ ତଦନ୍ତ ସାପେକ୍ଷ ।ଉପଖଣ୍ଡ ରେ ସରକାରି ଟଙ୍କାକୁ କିପରି ଲଗାଯାଉଛି ଏହି ବସଷ୍ଟାଣ୍ଡ କୁ ଦେଖିଲେ ସହଜେ ଅନୁମାନ କରଯାଇ ପାରିବ, କାହା ଚାପରେ ବଶବର୍ତ୍ତୀ ହୋଇ ନିର୍ମାଣ ହୋଇଛି ଏହି ବସଷ୍ଟାଣ୍ଡ ଘଟଣାର ଉଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟା ସତ୍ୟ ଜଣାପଡିବା ସହିତ ଘଟଣା ରେ ସମ୍ପୃକ୍ତ ଥିବା ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଂଚଳ ବାସୀଙ୍କ ପକ୍ଷରୁ ଦାବି ହେଉଛି । ଏସମ୍ପର୍କ ରେ ରସୋଳ ରାଜସ୍ୱ ନିରୀକ୍ଷକ ନଟବର ରାଉତ ଙ୍କୁ ଯୋଗାଯୋଗ କରିବାରେ ସେ କୁହନ୍ତି ଯେଉଁ ଜାଗାରେ ବସଷ୍ଟାଣ୍ଡ ନିର୍ମାଣ ହୋଇଛି ସେହି ଜାଗାଟି ଗୋଚର କିସମ ଜାଗା ରହିଛି, ସେହି ଜାଗାରେ ଷ୍ଟାଣ୍ଡ ନିର୍ମାଣ ପାଇଁ ଆମେ କୌଣସି ସ୍କେଚ ମ୍ୟାପ ଦେଇନାହୁଁ ।

new life
You might also like
error: Content is protected !!