News
WhatsApp Image 2023-10-04 at 17.25.00
samparksetu

ସ୍କୁଲରୁ ଚୋରିକୁ ନେଇ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦେଖାଯାଇଛି ଏକ ଅଭାବନୀୟ ଘଟଣା । ସ୍କୁଲରୁ ବାରମ୍ବାର ଚୋରି ହେଉଥିବା ଘଟଣାକୁ ନେଇ କୋମଳମତି ଛାତ୍ରଛାତ୍ରୀ ମାନେ ନ୍ୟାୟପାଇଁ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି।

ଖବରରୁ ପ୍ରକାଶ ଯେ , ହିନ୍ଦୋଳ ଉପଖଣ୍ଡ ରାସୋଳ ସର୍କଲ ନାଉକିଆରୀ ପ୍ରାଥମିକ ବିଦ୍ୟାଳୟରୁ ଗତ ଚାରି ମାସରେ ଚାରିଥର ଚୋରି ହେବାକୁ ନେଇ ଆଜି ଛାତ୍ରଛାତ୍ରୀ ମାନେ ରାସ୍ତା ରୋକ କରିଥିଲେ। ଗତ ରାତିରେ ସ୍କୁଲ୍ ପରିସରରୁ ମଧ୍ୟାହ୍ନ ଭୋଜନ ଚାଉଳ , ଅଣ୍ଡା ଏବଂ ବହୁ ଆସବାବ ପତ୍ର ସହ ଲୁହା ଝରକା ଚୋରି ହୋଇ ଥିବାର ଜଣା ପଡିଥିଲା ଆଜିର ଘଟଣାକୁ ନେଇ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳୀ ବେହେରା ଥାନାରେ କୌଣସି ଲିଖିତ ଅଭିଯୋଗ କରିନଥିବା ବେଳେ କୋମଳ ମତି ଛାତ୍ର ଛାତ୍ରୀ ମାନଙ୍କୁ ନେଇ କାହିଁକି ରାସ୍ତା ରୋକ କରିଥିଲେ ତାହାକୁ ବୁଦ୍ଧିଜୀବୀ ମାନେ ନାପସନ୍ଦ କରିଛନ୍ତି।

ଗତ ରାତିରେ ଲୁଟେରା ମାନେ ସ୍କୁଲର ମୁଖ୍ୟ ଫାଟକ ତାଲାଭାଙ୍ଗି ସ୍କୁଲ୍ ପରିସରରୁ ବହୁ ପରିମାଣର ଚାଉଳ ଓ ଅଣ୍ଡା ନେଇ ଯାଇଥିବାର ଜଣାଯାଇଛି। ଅପର ପକ୍ଷରେ ପୁରୁଣା କଟକ ସମ୍ବଲପୁର ରାସ୍ତା ପାର୍ଶ୍ଵରେ ଥିବା ଏହି ପୂରାତନ ସ୍କୁଲ୍ ରୁ ବାରମ୍ବାର ଚୋରି ହେବା ପୋଲିସ ପାଇଁ ଚାଲେଞ୍ଜ ହୋଇଛି।ପୋଲିସର ଦୁର୍ବଳ ପେଟ୍ରୋଲିଂ ଏଥିପାଇଁ ଦାୟୀ ବୋଲି ସାଧାରଣରେ ଆଲୋଚନା ହେଉଛି । ଚୋରି କଥା ପ୍ରଚାର ହେବା ପରେ ଅଭିଭାକଙ୍କଠାରୁ ପିଲା ଯାଏ ମିଶି ସ୍କୁଲ ଆଗରେ ଯାଇଥିବା ପୁରୁଣା କଟକ ସମ୍ବଲପୁର ରାସ୍ତା କୁ କିଛିସମୟ ଅବରୋଧ କରିଥିଲେ। ଫଳରେ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଗାଡ଼ିମଟର ଅଟକି ରହିଥିଲା।ଖବର ପାଇ ରାସୋଳ ଥାନା ଅଧିକାରୀ ଵିଧୁ ଭୁଷଣ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାଇ ରାସ୍ତା ରୋକ କୁ ଉଠାଇଥିଲେ।ଏହି ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ଶିକ୍ଷା ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଅଭିଭାବକ ସହ ଆଲୋଚନା କରିଥିବାର ଜଣାଯାଇଛି।ତେବେ କାହିଁକି ଚୋରି ସମ୍ପର୍କରେ ଥାନାରେ ଅଭିଯୋଗ କରା ନଯାଇ ଛାତ୍ରଛାତ୍ରୀ ମାନଙ୍କୁ ନେଇ ରାସ୍ତା ଅବରୋଧ କରାଯାଇଥିଲା ସେଥିପାଇଁ ସ୍ଥାନୀୟ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିବାସହ ତୁରନ୍ତ ରାସୋଳ ପୋଲିସ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରକୁତ ରହସ୍ୟ ଉନ୍ମୋଚନ କରିବାକୁ ଦାବି କରିଛନ୍ତି ।

new life
You might also like
error: Content is protected !!