News
WhatsApp Image 2023-10-04 at 17.25.00
samparksetu

ସଡ଼କ ଦୁର୍ଘଟଣାରେ ମା ଆଗରେ ଆଖି ବୁଜିଲେ ଦୁଇ ଝିଅ

ଟ୍ରକ ଦୁର୍ଘଟଣାରେ ଦୁଇ ଭଉଣୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମା ଗୁରୁତର ଆହତ ହୋଇଛନ୍ତି ।ଖବରରୁ ପ୍ରକାଶ ଯେ , ଆଜି ସନ୍ଧ୍ୟା ୬ଘଣ୍ଟା ସମୟରେ ହିନ୍ଦୋଳ ବ୍ଲକ ରାସୋଳ ଥାନାଅନ୍ତର୍ଗତ ଗଣ୍ଡନାଳି ପଂଚାୟତର ଚନ୍ଦନ ଖଟୁଆଙ୍କ ସ୍ତ୍ରୀ ନମିତା ଖଟୁଆ ନିଜ ଦୁଇଝିଅ ଚିନ୍ମୟୀ ପ୍ରିୟଦର୍ଶିନୀ(୧୧) ଓ ଅନନ୍ୟା ପ୍ରିୟଦର୍ଶିନୀ (୮) ଙ୍କୁ ନିଜ ସ୍କୁଟି ରେ ରାସୋଳ ତେଲିଭୂଇଁ ଅଞ୍ଚଳକୁ କୌଣସି କାର୍ଯ୍ୟରେ ଆସୁଥିବା ବେଳେ ସୁକିଆବାଉତି ମନ୍ଦିର ନିକଟ ପେଟ୍ରୋଲ ଟାଙ୍କି ନିକଟରେ ଏକ ଟ୍ରକ ମା ଓ ଦୁଇଝିଅଙ୍କୁ ଖୁବ ଜୋରରେ ଧକ୍କା ଦେଇଥିଲା ଫଳରେ ମା ନମିତା ଖଟୁଆ ସ୍କୁଟିରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିବାବେଳେ ଦୁଇଝିଅ ଙ୍କୁ ଟ୍ରକ ଚାପି ଦେଇଥିଲା ।

ଫଳରେ ଦୁଇ ଭଉଣୀଙ୍କ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତ ଦୁଇ ଭଉଣୀଙ୍କ ଶରୀର ଟିକଟିକ ହୋଇ ଖଣ୍ଡ ବିଖଣ୍ଡିତ ହୋଇଯାଇ ଥିଲା । ଖବର ପାଇ ସ୍ଥାନୀୟ ଜନସାଧାରଣ ରାସୋଳ ପୋଲିସ ଓ ଦମକଳ ବାହିନୀ କୁ ଖବର ଦେବାରେ ତୁରନ୍ତ ଆହତ ନମିତାଙ୍କୁ ହିନ୍ଦୋଳ ଡାକ୍ତରଖାନା ଅଗ୍ନିଶମ ବାହିନୀ ଗାଡ଼ିରେ ଆଣିଥିଲେ । ଘଟଣା ସ୍ଥଳରେ ଘଟଣା ସ୍ଥଳରେ ରାସ୍ତାରୋକ ଆନ୍ଦୋଳନ ଜାରି ରଖିବା ସହ ରାସ୍ତା ଅବରୋଧ କରିଥିବା ଜଣା ପଡିଛି lରାସୋଳ ପୋଲିସ ପହଂଚି ଟ୍ରକ ଡ୍ରାଇଭର କୁ ଅଟକ ରଖିବା ସହ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟି ଓ ଶବ ଜବତ କରି ଛାନଭିନ କରିବା ସହ ତଦନ୍ତ କରୁଛି ।

new life
You might also like
error: Content is protected !!