News
lipub
samparksetu

କଲେକ୍ସନ ଏଜେଣ୍ଟ କୁ ଭୁଜାଲିରେ ହାଣି ଲୁଟ

ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟା ବଜାର ଶେଷ ମୁଣ୍ଡ ରେ ଆଜି ଦିବା ଏଗାର ଘଟିକା ସମୟରେ ଜଣେ କଲେକ୍ସନ ଏଜେଣ୍ଟ କୁ ଭୁଜାଲି ରେ ହାଣି ତାଙ୍କ ପାଖରୁ ଦଶ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ଛଡ଼ାଇ ନେବାରେ ସକ୍ଷମ ହୋଇଛନ୍ତି ଲୁଟେରା l 

ସୂଚନା ଅନୁଯାୟୀ ,ଅନୁଗୋଳ ର ମା’ ଦୁର୍ଗା ଫାର୍ମା କମ୍ପାନୀ ର କର୍ମଚାରୀ ଶତ୍ରୁଘ୍ନ ସାହୁ  ଆଜି ସକାଳେ ବଜାର ରୁ ପଇସା କଲେକ୍ସନ କରି ନିଜ ବାଇକ୍ ଯୋଗେ ନିଜ ଘର ଅନୁଗୋଳ କୁ ଫେରୁଥିବା ବେଳେ ବଜାର ର ଶେଷ ମୁଣ୍ଡରେ ଦୁଇ ଜଣ ମୁଖା ଧାରୀ ଯୁବକ ବାଇକ ରେ ଆସି ତାଙ୍କୁ ଅଟକାଇ ଥିଲେ ଓ ଭୁଜାଲି ରେ ତାଙ୍କ ହାତ କୁ ହାଣି ଦେଇଥିଲେ ଫଳରେ ସେ ନିରୁପାୟ ହୋଇ ତଳେ ପଡି ଯାଇଥିଲେ ଫଳରେ ଲୁଟେରା ମାନେ ତାଙ୍କ ଠାରୁ ସମସ୍ତ ଟଙ୍କା ଛଡ଼ାଇ ନେଇ ଛୁ ମାରିଥିଲେ l ବହୁ କଷ୍ଟ ରେ ସେ ନିକଟ ରେ ଥିବା ଖାଜୁରିଆକଟl ମେଡ଼ିକାଲ କୁ ଆସି ଚିକିତ୍ସା ହେବା ପରେ ବାଲିମୀ ଥାନା ରେ ଲିଖିତ ଅଭିଯୋଗ କରିଥଲେ l ବାଳୀମି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l

new life
You might also like
error: Content is protected !!