ଢେଙ୍କାନାଳ ଜିଲ୍ଲା ଝାଡବନ୍ଧ ଅନ୍ତର୍ଗତ ରୁଙ୍ଗଟା ମାଇନ୍ସ କାରଖାନାରେ ଗତକାଲି ସକାଳେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଗୋଟିଏ କ୍ରେନ୍ ଜଳି ଯାଇଥିବା ସୂଚନା । କାରଖାନାର ଏସ.ଏମ.ଏସ.- 1ସିରେ ବିସ୍ଫୋରଣ ହୋଇଥିବାର ସୂଚନା ରହିଥିବା ବେଳେ ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି ।
ତେବେ ଏହି ଦୁର୍ଘଟଣାରେ ୫ ଜଣ ପୋଡ଼ିଯାଇଥିବା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ କମ୍ପାନୀ ଅଧିନସ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାପରେ ୪ଜଣ ଘରକୁ ଫେରିଯାଇଥିବା ବେଳେ ଆଉ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିଵାର ଜଣାଯାଇଛି । ଗୁରୁତର ଶ୍ରମିକ ଜଣଙ୍କ ଜଣେ କ୍ରେନ ଅପରେଟର ବୋଲି ସୂଚନା । ତେବେ ଏନେଇ ରୁଙ୍ଗଟା ମାଇନ୍ସ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ରଖାଯାଇନାହିଁ ।
