କାମାକ୍ଷାନଗର ର ଯୁବ ସମାଜସେବୀ ଦେବୀଦତ୍ତ ଙ୍କ ମୃତ୍ୟୁ କୁ ପ୍ରାୟ କୋଡିଏ ଦିନ ବିତି ଗଲାଣି l ଭୁବନେଶ୍ୱର ଭରତପୁର ଥାନା ଅଧୀନରେ ଥିବା ଏକ ହୋଟେଲ ରୁ ଦେବୀଦତ୍ତ ଙ୍କ ସନ୍ଦେହ ଜନକ ଭାବେ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ବେଳେ ଦେବୀ ଙ୍କ ଭଳି ପିଲା ଆତ୍ମହତ୍ୟା କରିବା କୁ ନେଇ ସାରା ସହର ରେ ହୋଇଥିଲା ଚର୍ଚ୍ଚା l ମାତ୍ର ମୃତ୍ୟୁ ର କୋଡ଼ିଏ ଦିନ ପରେ ଆଜି ସୋସିଆଲ ମିଡିଆରେ ଦେବୀଦତ୍ତ ଙ୍କ ଏକ ଭିଡ଼ିଓ ଭାଇରଲ ହେବା ରେ ଲାଗିଥିଲା ବେଳେ ଭିଡ଼ିଓ କୁ ନେଇ ଦେବୀଦତ୍ତ ମୃତ୍ୟୁ ଘଟଣା ରେ ଆସିଛି ନୂଆ ଟ୍ଵିଷ୍ଟ l
ଭାଇରଲ ହେଉଥିବା ଭିଡ଼ିଓ ରେ ଦେବୀଦତ୍ତ କାମାକ୍ଷାନଗର ବ୍ଲକ ଅଧୀନରେ ଅନେକ ଗୁଡିଏ ପ୍ରୋଗ୍ରାମ ର ଫଟୋଗ୍ରାଫି ଓ ଭିଡ଼ିଓ ଗ୍ରାଫି ଠାରୁ ଆରମ୍ଭ କରି ମଞ୍ଚ ସାଜସଜ୍ଜା କରିଥିବା ବେଳେ ବିଡ଼ିଓ ଙ୍କ ନାଁ ନେଇ ଟଙ୍କା ବାକିଥିବା କହିଛନ୍ତି l ପ୍ରାୟ ପାଞ୍ଚଲକ୍ଷ ଟଙ୍କା ଦେବୀଦତ୍ତ କାମ ବାବଦ କୁ ବ୍ଲକ ରୁ ପାଇବାକୁ ଥିବାବେଳେ ସେ ଅନେକ ସମୟରେ ବିଡ଼ିଓ ଅବିନାଶ ପାଣ୍ଡିଆ ଙ୍କୁ ବକେୟା ଅର୍ଥ ପାଇଁ କହିଥିବା ଜଣାପଡିଛି l ଟଙ୍କା ନମିଳିଲେ ତାଙ୍କ ର ଯାହା ହେବ ସେଥିପାଇଁ କାମାକ୍ଷାନଗର ବିଡିଓ ଅବିନାଶ ପାଣ୍ଡିଆ ଦାୟୀ ରହିବା ନେଇ ଦେବୀଦତ୍ତ ଭିଡ଼ିଓ ରେ କହୁଥିବା ଦେଖାଯାଇଛି l ଯାହାକୁ ନେଇ ଦେବୀ ଙ୍କ ମୃତ୍ୟୁ ଘଟଣା ର କୋଡ଼ିଏ ଦିନ ପରେ କାହାଣୀ ରେ ନୂଆ ଟ୍ଵିଷ୍ଟ ଆସିଥିବା ବେଳେ ଦେବୀ ଙ୍କ ମୃତ୍ୟୁ ରହସ୍ୟ ଏବେ ଜଟିଳ ଆଡ଼କୁ ଆଗଉଛି l ତେବେ ଦେବୀ ଙ୍କ ମୃତ୍ୟୁ ପରେ ଭାଇରଲ ହୋଇଥିବା ଭିଡ଼ିଓ ଙ୍କୁ ନେଇ ଦେବୀ ଙ୍କୁ ପ୍ରାୟ ୨. ୫ ଲକ୍ଷ ଟଙ୍କା ବ୍ଲକ ତରଫରୁ ଦିଆଯାଇଥିବା ବେଳେ ଅନେକ ଗୁଡ଼ିଏ କାମ ପାଇଁ ତାଙ୍କୁ ଅଗ୍ରୀମ ଦିଆ ଯାଇଥିବା ନେଇ ବିଡ଼ିଓ କହିଛନ୍ତି l ସରକାରୀ ଅର୍ଥ ନଥିବାରୁ ଦେବୀ ଙ୍କୁ ବ୍ଲକ ତରଫରୁ ଆଉ ତିରିଶ ହଜାର ଟଙ୍କା ଦିଆଯିବାକୁ ବାକି ଥିବାବେଳେ କାମାକ୍ଷାନଗର ମହୋତ୍ସବ ପାଇଁ ସେ ପ୍ରାୟ ୮୦ ହଜାର ଟଙ୍କା ପାଇବାକୁ ଥିବା ବିଡିଓ କହିଛନ୍ତି l କାମାକ୍ଷାନଗର ମହୋତ୍ସବ ବିଭିନ୍ନ ସିଏସଆର ଫଣ୍ଡ ରୁ ହେଉଥିବା ବେଳେ ଏଥିରେ ସରକାରୀ ଟଙ୍କା ଦିଆଯାଇ ପାରିବ ନାହିଁ l ତେଣୁ ଦେବୀ ଙ୍କୁ ସରକାରୀ ସ୍ତରରେ ଟଙ୍କା ଆସିଲେ ଦେବାପାଇଁ ଆମେ ପ୍ରସ୍ତୁତ ଥିଲୁ l ଏ ଘଟଣା କୁ ନେଇ ପୋଲିସ ଯାହା ବି ତଦନ୍ତ କରିବ ସେଥିପାଇଁ ମୁଁ ପ୍ରସ୍ତୁତ ଥିବା ନେଇ କାମାକ୍ଷାନଗର ବିଡ଼ିଓ ଅବିନାଶ ପାଣ୍ଡିଆ ପ୍ରକାଶ କରିଛନ୍ତି l ତେବେ ଭାଇରଲ ଭିଡ଼ିଓ ଓ ବିଡ଼ିଓ ଙ୍କ ବୟାନ କୁ ନେଇ ଦେବୀଦତ୍ତ ମୃତ୍ୟୁ ରେ କାହାଣୀ ରୋଚକ ମୋଡ଼ କୁ ଯାଉଥିବା ବେଳେ ଦେବୀ ଙ୍କ ଡାଏରୀ ଆଗାମୀ ଦିନ ରେ ମୃତ୍ୟୁ ର ଅଡୁଆ ଖିଅ କୁ ଖୋଲିବା ନେଇ ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି l