ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ୍.ଏ.ସିରେ ଅନେକ ଗୁଡ଼ିଏ ଅଚଳ ମୋବାଇଲ ଟାୱାର ପାଇଁ ଜନଜୀବନ ପ୍ରତି ସୃଷ୍ଟି କରିଛି ବିପଦ। ହିନ୍ଦୋଳ ଏନ ଏ ସି ୱାର୍ଡ ନଂ ୮ର ମେଡିକାଲ ଛକପାଖରେ ଅଛି ବିପଦପୂର୍ଣ୍ଣ ଅବସ୍ଥାରେ କଳଙ୍କିତ ଅଵ୍ୟବହୃତ ଏୟାରସେଲର ବିଶାଳ ଟାୱାର ସହ ଗୁଣ୍ଡିଚାମଣ୍ଡପ ନିକଟରେ ରହିଛି ବିଶାଳ ଅଵ୍ୟବହୃତ ଟାୱାର ।ସେହିପରି ୱାର୍ଡ ନଂ ୩ ଅମଲାପଡାରେ ୨ଟି , ୱାର୍ନନଂ ୧୧ନୂତନପଟଣା ୧ଟି, ୱାର୍ଡ ନଂ ୪ନୂଆପାଣିସାଇରେ ୩ଟି,ଏହିପରି ଅନେକ ସ୍ଥାନରେ ଅନେକ ଅଵ୍ୟବହୃତ ବିପଦପୂର୍ଣ୍ଣ ମୋବାଇଲ ଟାୱାର ରହି ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ସହ କେତେବେଳେ ସେସବୁ ଗଳିପଡି ମାଡି ବସିବ ତାହା କହିହେବନି। ଜନସାଧାରଣଙ୍କ ବାରମ୍ବାର ଅଭିଯୋଗ ଓ ଜମିହରା ପ୍ରଜା ଟାୱାର କମ୍ପାନୀ କୁ ବାରମ୍ବାର ଜଣାଇବା ପରେ ଟାୱାର କମ୍ପାନୀ କୁମ୍ଭକର୍ଣ୍ଣ ନିଦ୍ରାରେ ବେଫିକର ହୋଇ ବସିଛି ।
ଜମିହରା ପ୍ରଜା ଓ ଟାୱାର କମ୍ପାନୀଙ୍କ ଚୁକ୍ତିନାମା ହିସାବରେ ମାସିକ ଭଡା ମଧ୍ୟ ୨୦୧୮ ମସିହା ପରଠାରୁ ଜାଗା ମାଲିକମାନଙ୍କୁ ଟଙ୍କାଟିଏ ଦେଉନାହିଁ କମ୍ପାନୀ। ମୁକୁଳା ବିପପୂର୍ଣ୍ଣ ଟାୱାର କୁ ପକାଇ ଚୁପ ବସିଛନ୍ତି ଟାୱାର କମ୍ପାନୀ ମାନେ ।ଯଦି ସେଇ ଟାୱାର ସବୁକୁ ଖୋଲା ନ ଯାଏ ଆଗାମୀ ଦିନରେ ଗଳି ପାରେ ବା ଜନସାଧାରଣଙ୍କ ବସ୍ତି ଉପରେ ମାଡି ବସିବା ଆଶଙ୍କା ବହୁତ ଥିବାବେଳେ ଜନସାଧାରଣ ଓ ଜମିମାଲିକ ଯଥାଶୀଘ୍ର ଅଚଳ ଟାୱାର ସବୁ ଖୋଲିବା ସହ ବକେୟା ଭଡା ଟଙ୍କା ଯଥାଶୀଘ୍ର ଦେବାକୁ ଦାବି କରିଛନ୍ତି ।