News
lipub
samparksetu

ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ହାତୀ ଆକ୍ରମଣ ଜନିତ ମୃତ୍ୟୁ ଥମିବାର ନାମ ନେଉନାହିଁ। ଦୈନନ୍ଦିନ ହାତୀ ଆକ୍ରମଣ ମଣିଷ ମରିବାରେ ହିନ୍ଦୋଳ ନିର୍ବାଚନମଣ୍ଡଳୀ ସାରା ଓଡିଶାରେ କୁଖ୍ୟାତି ଅର୍ଜନ କରିଥିବାବେଳେ ଏଠାରେ ବନବିଭାଗ ସମ୍ପୂର୍ଣ୍ଣ ମାରିଛି ଫେଲ। ଖବରରୁ ପ୍ରକାଶ ,ଆଜି ସକାଳେ ହିନ୍ଦୋଳ ନିର୍ବାଚନମଣ୍ଡଳୀ ଓଡାପଡା ବ୍ଲକ କୁତ୍ତୋମ ପଂଚାୟତ ଜାରିପାଳ ଗ୍ରାମର ଅଲେଖ ବେହେରା କ୍ଷୀର ସଂଗ୍ରହ କରିବାକୁ ଗାଈଗୋଠକୁ ଯାଉଥିବାବେଳେ ଗ୍ରାମ ନିକଟରେ ହଟାତ ଏକ ଜଙ୍ଗଲୀ ଦନ୍ତାହାତୀ ତାଙ୍କୁ ଶୁଣ୍ଢରେ ଟେକିକଚାଡି ଦେବାସହ ପାଦରେ ଦଳିଚକଟି ଦେଇଥିଲା।

ଚିତ୍କାର ଶୁଣି ଗୁରୁତର ଆହତ ଅଲେଖଙ୍କୁ ମେଡିକାଲ ନେଉଥିବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ସ୍ଥାନୀୟ ବନବିଭାଗ ଓ ପୋଲିସ ଘଟଣା ସ୍ଥଳରେ ପହଂଚି ଶବଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛନ୍ତି। ତେବେ ଦିନକୁଦିନ ହାତୀ ଆକ୍ରମଣ ଜନିତ ମୃତ୍ୟୁ, ଫସଲ ହାନି ସହ ବ୍ୟାପକ କ୍ଷୟକ୍ଷତି ବୃଦ୍ଧି ପାଉଥିବାରୁ ଆତଙ୍କିତ ଭୟଭୀତ ଥିବା ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ଭିତରେ ଅସନ୍ତୋଷ କୁହୁଳିବାରେ ଲାଗିଛି ଏବଂ ତୁରନ୍ତ ଏସବୁର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ନୂତନ ସରକାର ତଥା ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

new life
You might also like
error: Content is protected !!