News
lipub
samparksetu

ଡକାୟତି କରିବା ଯୋଜନା କୁ ପଣ୍ଡ କଲା ପୁଲିସ,୧୩ ଗିରଫ

ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ରୋଡ ପଞ୍ଚାୟତ କୁନ୍ଦନଦେଈପୁର ଗ୍ରାମ ବ୍ରାହ୍ମଣୀ ନଦୀ ପଠାରେ ଏକ ଗ୍ୟାଙ୍ଗ ୱାର ବଡ ଧରଣର ଡ଼କାୟତି ନିମନ୍ତେ ରଚନା ରଚୁଥିବା ବେଳେ ପରଜଙ୍ଗ ଓ କାମାକ୍ଷାନଗର ପୁଲିସ ଅତର୍କିତ ଭାବେ ଚଢ଼ାଉ କରି ୧୩ ଜଣକୁ ଗିରଫ କରିବା ସହିତ ମାରଣାସ୍ତ୍ର ଏବଂ ଅଫୁଟା ବୋମା ଜବତ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ମୋଟଙ୍ଗା ଥାନା ସନ୍ତରାକାଟେଣୀ ଗ୍ରାମର ଆଲୋକ ନାଏକ(୨୧),ନିଶା ଥାନା ରାଇଝରଣ ଗ୍ରାମ ଚନ୍ଦନ ଗୋଛାୟତ (୨୪),ଆଲୋକ ଗୋଛାୟତ (୨୫),ବାଲ୍ମୀ ଥାନା ଗ୍ରାମ ଝାରବେଡା ଗ୍ରାମ ବିନୟ ନାଏକ(୨୮),ବାଲିମି ଥାନା କନ୍ତାମିଲି ଗ୍ରାମ ଦୀପକ ସେଠୀ (୨୫), ତାଳଚେର ଥାନା ଶଣ୍ଢଗାଁ ର ସନ୍ଦିପ ନାଏକ(୨୬) ,କଲିୟରୀ ଥାନା ଥର୍ମାଲ ଅଞ୍ଚଳର ପପୁ ନାଏକ(୨୫),ଗୋପାଳପ୍ରସାଦ ଥାନା ହିଲୋଇ ଗ୍ରାମ ଶ୍ରୀତମ ବେହେରା (୨୪), ବଅଁରପାଳ ଥାନା ଝାରଗାଡିଆ ଗ୍ରାମ ବିଶ୍ଵଜିତ ନାଏକ(୨୨), ବଅଁରପାଳ ଥାନା ବିରବାହାନପୁର ଗ୍ରାମ ଝାମେଲା ନାଏକ (୧୮),ତଳସାହା ର ଜଳଧର ନାଏକ (୨୪),ବିରବାହାନପୁର ଗ୍ରାମର ଅକ୍ଷୟ କୁମାର ନାଏକ(୩୨), ନାଲକୋ ଥାନା ଗିରାଙ୍ଗ ଗ୍ରାମ ଦୀଲିପ କୁମାର ନାଏକ (୨୫) ପୁଲିସ ଗିରଫ କରିଥିବା ବେଳେ ଗ୍ୟାଙ୍ଗ ର ମୁଖ୍ୟ ପରଜଙ୍ଗ ଥାନା ବାରିହାପୁର ଗ୍ରାମର ବାଘ ଓରଫ୍ ସୈାଭାଗ୍ୟ ନାଏକ(୨୮), କାମାକ୍ଷାନଗର ଥାନା କାମର୍ଦା ଗ୍ରାମର ଶ୍ରବଣ ନାଏକ (୨୮) ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ନେଇ ପରଜଙ୍ଗ ଥାନା ଅଧିକାରୀ ପ୍ରିୟବ୍ରତ ଦାଶ ସୂଚନା ଦେଇଛନ୍ତି।

ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ଥାନା ଅଧିକାରୀ ଧିରେନ କୁମାର ବେହେରା ଓ ପରଜଙ୍ଗ ଥାନା ଅଧିକାରୀ ଶ୍ରୀ ପ୍ରିୟବ୍ରତ ଦାଶ ,ସାଆନ୍ଦା ଫାଣ୍ଡି ଅଧିକାରୀ ସୁରେଶ ଚନ୍ଦ୍ର ଧଳ,ଏସଆଇ ରଞ୍ଜିତ କୁମାର ପ୍ରଧାନ,ମୋହନ ପାତ୍ର,ଏଏଏସାଇ ଯୁଗଳ ପ୍ରଧାନ,ରମେଶ ଚନ୍ଦ୍ର ସ୍ବାଇଁ,ପ୍ରଦୀପ କୁମାର ପାତ୍ର ଙ୍କ ସମେତ ପୁଲିସ କର୍ମଚାରୀ ମିଳିତ ଭାବେ କୁନ୍ଦନଦେଈପୁର ଗ୍ରାମ ବ୍ରାହ୍ମଣୀ ନଦୀ ପଠାର ଏକ ନିଛାଟିଆ ସ୍ଥାନରେ ଏକତ୍ରିତ ହୋଇ ବଡ ଧରଣର ଡ଼କାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ଚଢ଼ାଉ କରିଥିଲେ। ୧୩ ଜଣ ଗ୍ୟାଙ୍ଗ ୱାର କୁ ଗିରଫ କରିଥିବା ବେଳେ ଦୁଇ ଜଣ ଛତ୍ରଭଙ୍ଗ ଦେଇଥିଲେ। ମୁଖ୍ୟ ଡକାୟତି ସୂତ୍ରଧର ଦୁଇ ଜଣଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ପରଜଙ୍ଗ ଥାନା ଅଧିକାରୀ ଶ୍ରୀ ଦାଶ କହିଛନ୍ତି।

new life
You might also like
error: Content is protected !!