News
lipub
samparksetu

ଅସୁରକ୍ଷିତ ଘରେ ଦୟଣାବିଲ ବିଦ୍ୟୁତ ସବ୍ ଷ୍ଟେସନ୍

ଭୁବନ ବ୍ଲକ ଦୟଣାବିଲ ବିଦ୍ୟୁତ ସବ୍ ଷ୍ଟେସନ୍ ରେ ଅବ୍ୟବସ୍ଥା ମଧ୍ଯରେ ଚାଲିଛି। ଭୁବନ ବ୍ଲକର ସୁରପ୍ରତାପପୁର , ଦୟଣାବିଲ ପଞ୍ଚାୟତ ର ସମସ୍ତ ଗ୍ରାମ କୁ ବିଦ୍ୟୁତ୍ ଯୋଗାଣ କରୁଥିବା ଏହି ସବଷ୍ଟେସନ୍ ରେ ପାଚେରୀ ନଥିବା ରୁ ଅନେକ ସମୟରେ ଗାଈ ଗୋରୁ ପଶି ଜୀବନ ହାନି ଘଟିଛି। କର୍ମଚାରୀ ମାନଙ୍କୁ ଭୟଭୀତ କରାଯାଇ ସବ୍ ଷ୍ଟେସନ୍ ରୁ ଚୋରି ହୋଇଛି। ତେବେ କର୍ମଚାରୀ ମାନେ ବିଶ୍ରାମ ନେଉଥିବା ଘରଟି ଆଜବେଷ୍ଟସ୍ ଛପର ଅଟେ। ଏହି ଘରଟି ଜାତୀୟ ରାଜପଥ ସଂପ୍ରସାରଣ ଯୋଗୁ ଭାଙ୍ଗି ଦିଆଯିବା କଥା। ଏହା ଜାତୀୟ ରାଜପଥ ଅଧିଗ୍ରହଣ ଜମି ମଧ୍ଯ ରେ ଆସୁଅଛି। ଫଳରେ କର୍ମଚାରୀ ଭାଙ୍ଗି ଯାଇଥିବା ଘରେ ବିଶ୍ରାମ ନେବାକୁ ବାଧ୍ୟ ହେଉଛନ୍ତି।

new life
You might also like
error: Content is protected !!