News
lipub
samparksetu

ଟ୍ରକ ଧକାରେ ଜଣେ ମୃତ ଓ ଜଣେ ଗୁରୁତର

ପରଜଙ୍ଗ ଥାନା ଅନ୍ତର୍ଗତ ୧୪୯ନମ୍ବର ଜାତୀୟ ରାଜପଥ ପରମହଂସପୁର ଛକ ପାଖାପାଖି ରାତି ୧. ୩୦ଟା ସମୟରେ ଲୁହା ବୁଝେଇ ଟ୍ରକ ଧକାରେ ମଟର ସାଇକେଲ ଚାଳକଙ୍କ ଜୀବନ ଚାଲି ଯାଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭର୍ତ୍ତି କରିଥିଲେ l

ମୃତ ବ୍ୟକ୍ତିଙ୍କ ନାମ ହେମାନନ୍ଦ ଧଗଡ଼ ଓ ଗୁରୁତର ଆହତ ହୋଇଥିବା ଯୁବକ ଜଣକ କେଉଁଝର ଜିଲ୍ଲାର ବାଘମୁଣ୍ଡିଆ ଅଞ୍ଚଳର ସୁକାଟି ଗ୍ରାମର ଗଙ୍ଗାଧର ନାୟକଙ୍କ ୨୨ବର୍ଷୀୟ ପୁଅ କନ୍ଦର୍ପ ନାୟକ ବୋଲି ଜଣାପଡିଛି l ଖବର ପାଇ ପରଜଙ୍ଗ ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିଥିବା ବେଳେ ଘଟି ଥିବା ଘଟଣା ଉପରେ ପୋଲିସ ତଦନ୍ତ ଚଲାଇଛନ୍ତି l

new life
You might also like
error: Content is protected !!