News
lipub
samparksetu

କ୍ୟାମ୍ପସ ଭିତରେ ସର୍ବସାଧାରଣଙ୍କ ଶୌଚାଳୟ ନିର୍ମାଣକୁ ବିରୋଧ

ଵିଲ୍ ପାଇଁ ହମହମ ଢେଙ୍କାନାଳ ପୋୖର ପାଳିକା, ଏଭଳି ଚର୍ଚ୍ଚା ସାରା ଢେଙ୍କାନାଳ ସହରରେ ଦେଖା ଦେଇଛି, ତେବେ ଏହା ଏବେର ନୁହେଁ ବର୍ଷବର୍ଷର କଥା । ପୂର୍ବରୁ ସଫେଇ ଏବଂ ନିମ୍ନ ମାନର କାମ ପାଇଁ ସାରା ରାଜ୍ୟରେ ଢେଙ୍କାନାଳ କୁ ବଦନାମ କରିଥିଲା ପୌରପାଳିକା । ସେ ଫେକ୍ ଟିକସ ଵିଲ୍ ଦୁର୍ନୀତି ହେଉ କିମ୍ବା ସଚଳ ସ୍ଥାନରେ ପୁନଃ ନିର୍ମାଣ କାର୍ଯ୍ୟ ଏଭଳିକାର୍ୟ୍ଯ କରି ବାରମ୍ବାର ପୋୖର ପାଳିକା ଦୁର୍ନୀତି ସାଉଁଟିବାରେ ଲାଗିଛି ।

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ମାତ୍ର ୫୦ ମି ଦୂରରେ ଏକ ଶୌଚାଳୟ ରହିଛି ଯାହାର ଅବସ୍ଥା ନକହିଲେ ଚଳେ । ନିର୍ମାଣର ବହୁ ବର୍ଷ ପରେ ଏହାକୁ ସଚଳ କରାଯାଇଥିଲେ ହେଁ, ଏହାର ସ୍ୱେଚ୍ଛାତା ଦେଖି ସେଠାକୁ କେହି ଯିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି କହିଛନ୍ତି ଜଣେ ସ୍ଥାନୀୟ ବାସିନ୍ଦା । ଏହା ସତ୍ତ୍ୱେ ମଧ୍ୟ କଲେଜ କ୍ୟାମ୍ପସ ପରିସରରେ ଆଉ ଏକ ଶୌଚାଳୟ ନିର୍ମାଣ କରୁଛି ଢେଙ୍କାନାଳ ପୋୖର ପାଳିକା । ଯାହାକି ଏବେ ପୁଣି ପୋୖର ପାଳିକାକୁ ଚର୍ଚ୍ଚା ଭିତରକୁ ଟାଣି ଆଣିଛି । କଲେଜ ପାଚେରିକୁ ଭାଙ୍ଗି ଶୌଚାଳୟ ନିର୍ମାଣ ନିମନ୍ତେ ନିଅଁ ଖୋଳାଯାଇଛି । ଏହାକୁ ବିରୋଧ କରି ଛାତ୍ରଛାତ୍ରୀମାନେ କଲେଜ ଅଧ୍ୟକ୍ଷଙ୍କୁ ଜଣାଇବା ସହ ଜିଲ୍ଲାପାଳଙ୍କୁ ଫେରାଦ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଶୌଚାଳୟ ନିର୍ମାଣ ବନ୍ଦ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନନେଲେ ଜୋରଦାର୍ ଆନ୍ଦୋଳନ ହେବ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି । ରାସ୍ତା ସମ୍ପ୍ରସାରଣ ସହ ଡ୍ରେନ ସଫେଇ ରେ ଦୃଷ୍ଟି ନଦେଇ କାହା ସ୍ୱାର୍ଥରେ ଲୋକଙ୍କ ଟିକସ କୁ ଏଭଳି ଅଯଥା ଖର୍ଚ୍ଚରେ ଲଗାଯାଉଛି ବୋଲି ପ୍ରଶ୍ନ ଉଠିଛି । ତେବେ ଅଳ୍ପ କିଛି ବ୍ୟକ୍ତିଙ୍କ ପକେଟ ଗରମ ପାଇଁ ପୌପାଳିକା ଏଭଳି କାର୍ଯ୍ୟ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ।

new life
You might also like
error: Content is protected !!