ତୁମୁସିଙ୍ଗା ଥାନା ଅଁଳାବେରେଣି ବଜାର ଠାରେ ବାରମ୍ବାର ଚୋରି ହେଉଥିବା ଯୋଗୁଁ ରାସ୍ତା ରୋକ କଲେ ବ୍ୟବସାୟୀ ।ବାରମ୍ବାର ଦୋକାନରୁ ଚୋରି ହେଉଥିବା ଯୋଗୁ ଦୋକାନି ମାନେ ଅଁଳାବେରେଣି ଠାରେ କାମାକ୍ଷାନଗର ଢେଙ୍କାନାଳ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି।ଗତ କିଛି ଦିନ ହେବ ବିଳମ୍ବିତ ରାତିରେ ବଜାରରେ ଥିବା ବିଭିନ୍ନ ଦୋକାନରୁ ଚୋରି ହୋଇଚାଲିଛି।ଯାହାକୁ ନେଇ ସ୍ଥାନୀୟ ବ୍ୟବସାୟୀ ମାନେ ପୋଲିସ କୁ ଜଣାଇ ଥିଲେ ମଧ୍ୟ କୈାଣସି ଚୋରକୁ ଧରାଗଲା ନାହିଁ।ଯାହା ଫଳରେ ଗତକାଲି ରାତିରେ ବଜାର ରେ ଥିବା ଏକ ସୁନା ଦୋକାନ ଓ ଗ୍ରୋସୋରି ଦୋକାନରୁ ଚୋରି ହୋଇଥିଲା।
ସୁନା ଦୋକାନି ଜଣକ ଦୋକାନ ବନ୍ଦ କରୁଥିବା ସମୟରେ ୪ଜଣ ଦୂର୍ବୁତ୍ତ ୨ଟି ମଟର ସାଇକେଲରେ ଆସି ମାରଣାସ୍ତ୍ର ଦେଖାଇ ଭୟଭୀତ କରି ସୁନା,ରୂପା ଓ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ସେହିପରି ବଜାର ରେ ଥିବା ଏକ ଗ୍ରୋସରୀ ଦୋକାନ ରୁ ମଧ୍ୟ ଦୁର୍ବୃତ୍ତ ମାନେ ଗତକାଲି କଳାକନା ବୁଲାଇଛନ୍ତି lତେବେ ବାରମ୍ବାର ଏହି ଭଳି ଭାବରେ ଚୋରି ସଂଖ୍ୟା ବଢିବା ଯୋଗୁ ବ୍ୟବସାୟି ମାନେ ଆଜି ରାସ୍ତା ରୋକ କରିଛନ୍ତି।ରାତିରେ ପେଟ୍ରୋଲିଙ୍ଗ କଡାକଡି ଭାବେ କରିବା ସହ ବଜାର ରେ ପୋଲିସ ମୂତୟନ କରିବା ପାଇଁ ଦାବି ହେଉଛି। ରାସ୍ତାରୋକ ଫଳରେ ଢେଙ୍କାନାଳ -କାମାକ୍ଷାନଗର ମଧ୍ୟରେ ଗାଡି ଚଳାଚଳ ବ୍ୟାହତ ହୋଇଥିବା ବେଳେ ଉଭୟ ପାର୍ଶ୍ଵ ରେ ବହୁ ଗାଡି ଅଟକି ରହିଥିଲା l ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର SDPO ଜ୍ଞାନରଞ୍ଜନ ମିଶ୍ର ଓ ତୁମୁସିଙ୍ଗା ପୋଲିସ ପହଞ୍ଚି ବ୍ୟବସାୟିଙ୍କୁ ବୁଝାସୁଝା କରିବା ସହିତ ବଜାର ଅଞ୍ଚଳ ରେ ପେଟ୍ରୋଲିଙ୍ଗ ଜୋରଦାର କରିବାର ପ୍ରତିଶୃତି ଦେବା ପରେ ପ୍ରାୟ ଦୁଇ ଘଣ୍ଟା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା l
