News
lipub
samparksetu

ଭିଜିଲାନ୍ସ ଜାଲରେ ଡିହୋଡୋଳ ବନପାଳ

ଢେଙ୍କାନାଳ ବନଖଣ୍ଡ ମହାବୀରୋଡ଼ ରେଞ୍ଜ, ଡିହୋଡୋଳ ବନପାଳଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ କରି ନଗଦ ୫୦ହଜାର ଟଙ୍କା ସହ ବନପାଳ ବିଶ୍ୱନାଥ ସୁରେନଙ୍କୁ କାବୁ କରିଛନ୍ତି l ଖବର ନେବାରୁ ଜଣାପଡିଛି ଯେ ବରକଟା ମୁଣ୍ଡା ସାହିର ଶୈଳ ହେମରମ ଜଙ୍ଗଲ ଜମି ଖୋଳୁଥିବା ବେଳେ ବନପାଳ ବିଶ୍ଵନାଥ ହେମରମ ତାଙ୍କୁ ୫୦ହଜାର ଟଙ୍କା ଦେବାପାଇଁ ଡିମାଣ୍ଡ କରିଥିଲେ l

୫୦ହଜାର ଟଙ୍କା ଦେବାପାଇଁ ମଧ୍ୟ ରାଜି ହେଲେ l ଶୈଳ ହେମରମ ଏସମ୍ବନ୍ଧେ ଅନୁଗୁଳ ଭିଜିଲାନ୍ସ ଆଇ. ଆଇ. ସି ସରୋଜ କୁମାର ସେଠିଙ୍କୁ ଭେଟି ଥିଲେ l ଏସମ୍ବନ୍ଧେ ଆଇ. ଆଇ. ସି ସରୋଜ ସେଠି କଟକ ଡ଼ଭିଯନ ଡ଼ିଏସପି ପ୍ରଦୀପ କୁମାର ସାମଲଙ୍କ ସହ ଆଲୋଚନା କରିଥିଲେ l ବୁଧୁବାର ଦିନ ଅପରାହ୍ନରେ କଟକ ଅନୁଗୁଳର ଭିଜିଲାନ୍ସ ପାଟି ଯୋଜନା ମୁତାବକ ଡିହୋଡୋଳ ଠାରେ ପହଞ୍ଚି ଥିଲେ l ଯୋଜନା ମୁତାବକ ଶୈଳ ହେମରମ ବନପାଳଙ୍କୁ ଟଙ୍କା ଦେଉଥିବା ବେଳେ ଦୁଇ ଦଳର ଭିଜିଲାନ୍ସ କର୍ମଚାରୀ ବନପାଳଙ୍କୁ ଟଙ୍କା ସହ କାବୁ କରିନେଇଥିଲେ l ଅଧିକ ତଦନ୍ତ କରିବାପାଇଁ ବନପାଳଙ୍କୁ ଅଟକ ରଖି ତାଙ୍କୁ କାର୍ଯ୍ୟାଳୟକୁ ନେଇ ଯାଇଥିଲେ l

new life
You might also like
error: Content is protected !!