ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକରେ କୌଣସି କାରଣ ନଥାଇ ରାଜନୈତିକ ଉଦ୍ଦେଶ୍ୟ ପାଇଁ ମହିଳା ଏସଏସଜି ଗ୍ରୁପ ରୁ କଣ୍ଟ୍ରୋଲ ଡିଲର ସାମଗ୍ରୀ ଯୋଗାଣ ବାତିଲ କରାଯାଇ ଗ୍ରାମଠାରୁ ଦୂର ହାତୀପ୍ରବଣ ଅଞ୍ଚଳରେ ଦିଆ ଯିବାକୁ ନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଖବରରୁ ପ୍ରକାଶ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଦଣ୍ଡିରୀ ପଞ୍ଚାୟତର ଲହଡା, ଖୁଲୁଆ ଓ ଘୋଡାଡିଆଁ ସାହିର ସମସ୍ତ ଗ୍ରାମବାସୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ଶତାଧିକ ସଦସ୍ୟା ଏକାଠି ମିଳିତ ହୋଇ ଲହଡା ବିଦ୍ୟାଳୟ ପରିସର ଠାରେ ଏକ ବୈଠକ କରି କଣ୍ଟ୍ରୋଲ ଡିଲର ଉଛେଦ କୁ ବିରୋଧ କରିଛନ୍ତି ।
ଗ୍ରାମବାସୀ ମାନେ ଏଥିପାଇଁ ହିନ୍ଦୋଳ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଏବଂ ସେମାନଙ୍କ କହିବାକଥା ଉକ୍ତ ଗ୍ରାମବାସୀମାନେ ଗତ ୨୦୦୫ମସିହା ଠାରୁ ଗ୍ରାମର ଶକ୍ତି ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ସମସ୍ତ ରାସନ ସାମଗ୍ରୀ ସଠିକ ଓ ସୁବିଧା ରେ ପାଇଆସୁଅଛନ୍ତି ଏବଂ ସେହି ସଂଘ ର ପରିଚାଳିକାମାନେ ହିତାଧିକାରୀ ମାନଙ୍କୁ ଉତ୍ତମ ବ୍ୟବହାର ଦେଖାଇବା ସହିତ ସଠିକ ସମୟରେ ସଠିକ ଓଜନରେ କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନ କରିଆସୁଛନ୍ତି କିନ୍ତୁ ଗ୍ରାମରୁ କୌଣସି ଲିଖିତ ଆପତ୍ତି ଅଭିଯୋଗ ଉକ୍ତ ସଂଘ ନାମରେ ନଥାଇ ମଧ୍ୟ ଉକ୍ତ କଣ୍ଟ୍ରୋଲ ଡିଲର ସେଣ୍ଟରଟିକୁ ଆକ୍ରୋଶ ମୂଳକ ଭାବେ ଗ୍ରାମଠାରୁ ଦୂର ଭୟଙ୍କର ବନ୍ୟଜନ୍ତୁ,ହାତୀ ପ୍ରବଣ ଅଂଚଳ ଦଣ୍ଡିରି ଗ୍ରାମର ରିଟେଲର ଆଦିଶକ୍ତି ସ୍ୱୟଂ ସହାୟକ ଗୋଷ୍ଠିକୁ ସ୍ଥାନାନ୍ତର କରିଦିଆଯାଇଛି।ତେଣୁ ଉକ୍ତ ଅନ୍ୟାୟ କାର୍ଯ୍ୟକୁ ଗ୍ରାମବାସୀ ମାନେ ବିରୋଧ କରିବାସହ ଆଗାମୀ ଦିନରେ ଆସିବାକୁ ଥିବା ରାସନ ସାମଗ୍ରୀ ବର୍ଜନ କରିବାପାଇଁ ଚେତାବନୀ ଦେଇଛନ୍ତି ଏବଂ ଏହି ବିଷୟରେ ଆଗରୁ ଗ୍ରାମବାସୀ ଓ ହିତାଧିକାରୀ ଙ୍କ ଦସ୍ତଖତ ନେଇ ଶକ୍ତି ମା ତାରିଣୀ ସଂଘ ନାମରେ ପୁନଃ ନବୀକରଣ କରିବାପାଇଁ ଉପଜିଲ୍ଲାପାଳ ହିନ୍ଦୋଳ, ବିଧାୟିକା ହିନ୍ଦୋଳ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଙ୍କୁ ଦରଖାସ୍ତ ଦେଇଛନ୍ତି ।
