ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦୁର୍ବୃତ୍ତ ମାନଙ୍କ ଲଜ୍ୟାଜନକ କୁକର୍ମ ପାଇଁ ଆଜି ହିନ୍ଦୋଳ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଖବରରୁ ପ୍ରକାଶ ଯେ ,ହିନ୍ଦୋଳ ଥାନା ଅନ୍ତର୍ଗତ ନୂଆବଗ ପଂଚାୟତର ସରlସିଂ ଗ୍ରାମର ଏକ ୭ବର୍ଷୀୟ ଶିଶୁକନ୍ୟା ଗତକାଲି ଅପରାହ୍ନ ୩ଘଣ୍ଟା ସମୟରେ ନିକଟସ୍ଥ ତାଳଗଛ ତଳୁ ତାଳ ଗୋଟାଉଥିବା ବେଳେ ନିକଟରେ ଚୋରାବେପାରୀଙ୍କ ଠାରୁ ଚୋରା ପାଉଚ ମଦ ପିଉଥିବା କେତକ ଦୁର୍ବୃତ୍ତ ମଦନିଶାରେ ଶିଶୁଟିକୁ ବୁଦାମୂଳକୁ ଟେକିନେଇ ଗଣଦୁଷ୍କର୍ମ କରି ରକ୍ତାକ୍ତ ଅବସ୍ଥାରେ ପକାଇଦେଇ ତାଳବରଡ଼ା ଘୋଡାଇଦେଇ ଫିଙ୍ଗିଦେଇ ଫେରାର ହୋଇଯାଇଥିଲେ।
ତେବେ ଝିଅ ଫେରିବାର ବିଳମ୍ବ ଦେବାରୁ ପରିବାର ଲୋକ ଖୋଜାଖୋଜି କରି ସନ୍ଧ୍ୟାରେ ଗଛମୂଳରୁ ଅଚେତ ଅବସ୍ଥାରେ ପାଇ ହିନ୍ଦୋଳ ଡାକ୍ତରଖାନା ଆଣିବାରେ ଝିଅଟି ଦୁଷ୍କର୍ମ ହୋଇଥିବା ଜଣା ପଡିଥିଲା ଏବଂ ଅବସ୍ଥା ଗୁରୁତର ଥିବାରୁ ଶିଶୁଟିକୁ ଅନୁଗୋଳ ଡାକ୍ତରଖାନା ପଠାଯାଇ ଚିକିତ୍ସା ଜାରି ରହିଛି। ତେବେ ହିନ୍ଦୋଳ ପୋଲିସ କେଶ ନଂ ୧୧୦/୨୦୨୫(ଦୁଷ୍କର୍ମ ) ରେ ମାମଲା ରୁଜ୍ଜ କରିବା ସହ ଜଣକୁ ସନ୍ଦେହରେ ଅଟକ ରଖି ପଚରାଉଚରା ଜାରି ରଖିବା ସହ ସନ୍ଧlନୀ କୁକୁର ଦ୍ୱାରା ଅଧିକ ଛାନଭିନ କରୁଛି ଏବଂ ଖୋଦ ଉପଖଣ୍ଡ ଆରକ୍ଷୀ ଉପ-ଅଧିକ୍ଷକ ସତ୍ୟ କୁମାର ନନ୍ଦ ଘଟଣାର ତଦନ୍ତ କରିବାସହ ଖୁବ ଶୀଘ୍ର ଘଟଣାରୁ ପରଦା ହଟିବ ବୋଲି ଜଣାପଡିଛି।
