ସ୍ବପ୍ନ ର ଢେଉ ଆସେ
ମନର ବେଳାଭୂମିରେ ମଥା ପିଟେ
କ୍ଷତାକ୍ତ କରିଦିଏ
କିଛି ଫେରିଯାଏ।
ପୁଣି ଫେରିଆସେ
ମନଟା କୁ ଭସାଇ ନିଏ।
ଇନ୍ଦ୍ରଧନୁ ଆସେ
ମନ ର କାନଭାସ ରେ
ସପ୍ତରଙ୍ଗ ରେ ରଙ୍ଗାୟିତ କରେ
ବର୍ଷା ସରିଯାଏ
ମନ ଟା ଫିକା ପଡିଯାଏ।
ବସନ୍ତ ଆସେ
ମଳୟ ପବନ ରେ
ମନ ର ପ୍ରଜାପତି
ଏଣେତେଣେ ଉଡି ବୁଲେ
ଫଗୁଣ ଟା ଲୁଚିଯାଏ
ନିଦାଘ ର ତାତି ରେ
ମନ ଟା ମଉଳି ଯାଏ।
ବର୍ଷା ଆସେ
ମନଟା କୁ ଭିଜାଇ ଦିଏ
ବାଦଲ ଲୁଚିଯାଏ
ସୂର୍ଯ୍ୟର ଉହାଡ ରେ
ମନ ଟା ଶୁଖିଯାଏ।
ମରୀଚିକା ଆସେ
ମରୁଭୂମି ର ଚୋରା ବାଲି ରେ
ମନ ଟା ପିଛା କରେ
ପୁଣି ଥକିପଡେ।
ଶୀତ ଆସେ
ପ୍ରେମ ଦିବସ ର ପସରା ରେ
ଆଶାର ଦାନା ବାନ୍ଧେ
ଦିନ ଚାଲିଯାଏ
ଲାଲ ଗୋଲାପ ଟି
ମଉଳି ଯାଏ
କେତେବେଳେ ଝଡିପଡେ।
ବାଟ ସରିବାକୁ ବସେ
ମନ ଟା ଛାଡି ଚାଲିଯାଏ ।
କାହିଁକି ଯେ ମନ ଟା ଭାଙ୍ଗିଯାଏ ?
କାହିଁକି ଯେ ଧୋକା ଦିଏ ?
କିଛି ମୁଁ ଜାଣିପାରେନା।
✍️ ଅକ୍ଷୟ କୁମାର ମିଶ୍ର