News
WhatsApp Image 2023-10-04 at 17.25.00
samparksetu

ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା , ୩ ଜଣ ଗୁରୁତର

ଢେଙ୍କାନାକ ସଦର ଥାନା ଅନ୍ତର୍ଗତ କପିଳାସ- ଢେଙ୍କାନାଳ ମୁଖ୍ୟ ରାସ୍ତା ନାଗିଆପସି ଛକ ଠାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।ସୂଚନା ଥାଉକି ତିନିଜଣ ବାଇକ ଯୋଗେ କପିଳାସ ବୁଲିବାକୁ ଆସିଥିଲେ । ଘରକୁ ଫେରୁଥିବା ସମୟରେ ନାଗିଆପସି ଛକ ନିକଟରେ ଏକ ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବାଇକ୍ ରେ ଯାତ୍ରା କରୁଥିବା ତିନିଜଣ ସୁରେଶ ଦେହୁରୀ(୨୦), ସିଲୁ ଦେହୁରୀ (୨୨) କାଇଁସ ଢେଙ୍କାନାଳ ଓ ଜୋତ୍ସା ପ୍ରଧାନ (୨୦) ମଧୁସାହୁପାଟଣା ଭାପୁର ଗୁରୁତର ଆହତ ହୋଇଥିଲେ ।

ଗୁରୁତର ଅବସ୍ଥାରେ ସଂଗେ ସଂଗେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜିଲ୍ଲା ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇଥିବରୁ କଟକ SCB ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି । ଟ୍ରକ ଓ ବାଇକ ବିରାଡିଆ ଫାଣ୍ଡି ଦ୍ଵାରା ଜବତ କରାଯାଇଛି ।

new life
You might also like
error: Content is protected !!