ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଇଲେଇଜଙ୍ଗ ନିକଟରେ ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବାର ସୂଚନା ।
ସୂଚନା ଅନୁଯାୟୀ ଗାଡିଟି ରାୟପୁର ରୁ ଯାଜପୁର ରୋଡ଼ ଫେରୁଥିବା ସମୟରେ ରାତି ପ୍ରୟା ୨ଟା ୪୫ ସମୟରେ ଭୁବନ ଇଲେଇଜଙ୍ଗ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା ।
ଦୁର୍ଘଟଣା ରେ କାହାର କିଛି ବିଶେଷ କ୍ଷତି ହୋଇନଥିବା ବେଳେ, ଗାଡି ସାମ୍ନାକୁ ଏକ ଜଙ୍ଗଲୀ ପଶୁ ଆସିଯିବାରୁ ଦୁର୍ଘଟଣା ଘଟିଥିବା ନେଇ ଚାଳକ ଅଞ୍ଚଳବାସୀଙ୍କୁ ସୂଚନା ଦେଇଛନ୍ତି ।
