ଢେଙ୍କାନାଳ ଅପଡେଟରେ , ଖବର ପ୍ରସାରଣ ପରେ ଜନଗହଳି ପୂର୍ଣ୍ଣ ଆମିଷ ଦୋକାନ ଗୁଡିକରେ ଢେଙ୍କାନାଳ ପ୍ରଶାସନ ଓ ପୋଲିସ୍ ର ଚଢ଼ାଉ ।
ଆଜି ସକାଳେ ବିଭିନ୍ନଆମିଷ ଦୋକାନ ଗୁଡିକରେ ନାହିଁ ନଥିବାର ଭିଡ଼ ଦେଖିବାକୁ ମିଳିଥିଲା । କରୋନା ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ତରଫରୁ ଗାଇଡ଼ଲାଇନ ଜାରି କରାଯାଇଥିବା ବେଳେ , ଏହାକୁ ଖୋଲା ଖୋଲି ଭାବେ ଉଲଂଘନ କରାଯାଇଛି ବୋଲି ଢେଙ୍କାନାଳ ଅପଡେଟରେ ଖବର ପ୍ରସାରଣ କରାଯାଇଥିଲା ।
ପରେ ପରେ ପ୍ରଶାସନ ତତ୍ପର ଦେଖାଇ ବିଭିନ୍ନ ଜନଗହଳି ପୂର୍ଣ୍ଣ ଆମିଷ ଦୋକାନ ଗୁଡିକରେ ଚଢ଼ାଉ କରିବା ସହ ଆମିଷ ଦୋକାନ ଗୁଡିକରୁ ଜୋରିମାନା ଆଦାୟ କରାଯାଇଥିବାର ସୂଚନା ।
Content © Dhenkanal update
