ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଲା ୧୦୮ ଆମ୍ବୁଲାନ୍ସ, ଆମ୍ବୁଲାନ୍ସରେ ଥିବା ୩ କର୍ମଚାରୀ ଆହତ । ସୂଚନା ଅନୁଯାୟୀ
ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ଆମ୍ବୁଲାନ୍ସ ଟି ଆଜି ସକାଳେ ଜଣେ ରୋଗିକୁ ଆଣିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ପୋଲ ତଳକୁ ଓଲଟି ପଡିଥିଲା । ତେବେ ଆମ୍ବୁଲାନ୍ସରେ ଥିବା ତିନି ଜଣ କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି ।
ଆହତ କର୍ମଚାରୀମାନେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାଯାଇଛି ।
