ବିଳମ୍ବିତ ରାତିରେ ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଷ୍ଟେଟବ୍ୟାଙ୍କ ଏ ଟି ଏମ୍ ର ଦୁଇଟି ମେସିନ କାଟି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଜଣାପଡିଛି। ଏହି ଲୁଟ୍ ର ଖଵର ପାଇ ମୋଟଙ୍ଗା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ଆଖପାଖ ରେ ଲାଗିଥିବା ସିସିଟିଭି ଫୁଟେଜ କୁ ଯାଞ୍ଚ୍ କରି ଲୁଟେରାଙ୍କ ଧରିବା ପାଇଁ ଉଦ୍ୟମ କରୁଥିବା ଜଣାପଡିଛି।
ଏହି ଏ ଟି ଏମ୍ ଟି ନିମବାହାଳି ବଜାର ମଧ୍ୟରେ ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନରେ ରହିଥିବା ବେଳେ ଏହି ଏ ଟି ଏମ୍ ରୁ ବାରମ୍ବାର ଲୁଟ୍ ହେବା ପୋଲିସ ର ମୁଣ୍ଡବ୍ୟଥା ବଢ଼ିଯାଇଛି। ଏହା ପୂର୍ବରୁ ଏହି ଏ ଟି ଏମ୍ କୁ କାଟି ଲକ୍ଷାଧିକ ଟଙ୍କା ଲୁଟ ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।ଏହା ସତ୍ତ୍ୱେ ଡକାୟତ ମାନେ ପୋଲିସ କୁ ଚାଲେଞ୍ଜ ଦେଇ ଆଉଥରେ ଲୁଟ୍ ହେବା ଘଟଣାରେ ପୋଲିସ ପାଇଁ ଚିନ୍ତାର ପାଲଟିଛି।
