News
lipub
samparksetu

ଅଭିଶପ୍ତ କୃଷକ

ହେ କୃଷକ………
ଧରଣୀବୁକୁରେ ଲଙ୍ଗଳମୁନରେ
ଅକ୍ଷତ ଚି଼ହ୍ନର ଦାଗ |
ପ୍ରାରମ୍ଭକର ଭୀମହୁଙ୍କାରେ
ପ୍ରଚଣ୍ଡ ନିଦାଘେରାଗ ||

ହେ କୃଷକ…………..
ଶସ୍ୟସମ୍ଭାର ଅଙ୍କୁରିତ
ବୀଜର ହୃଦରେ !!!
ଅନାୟସରେ ଲହୁଲୁହମେଞ୍ଚାକରି
ଲୋଟିପଡ ଧରାବକ୍ଷରେ |
ହେ କୃଷକ………….
ବସୁନ୍ଧରାକୁ ପିନ୍ଧାଅ ସବୁଜପାଟଶାଢ଼ୀ
ବିଧିରବିଧାନ ନିଆରାଢଙ୍ଗରେ
ବିଶ୍ଵାସରେ କୁରାଢ଼ୀର ଚୋଟ
ଧରାଶିରାବଣେ ମରୁଭୂମିସମ
ଶସ୍ୟକ୍ଷେତ୍ରସାଜେ ସ୍ଵଚ୍ଛପ୍ରାନ୍ତର !!!

ହେ ଈଶ୍ୱର…………
ଏ ତୁମର କି ତାଲିବାନୀ ବିଚାର ???
ବର୍ଷା ଏଠି….
ପଞ୍ଜଶୀର ଅପହଞ୍ଚ ଇଲାକାର
ଅନାବଶ୍ୟକେ, ଅନାଦରେ, ଅଦିନରେ
ଯନ୍ତ୍ରଣାର ଲଘୁଚାପ ବାରି !!!
ହେ ଈଶ୍ୱର……….
କେବେ ହୁଡୁ ହୁଡୁ,କେବେ ଫାଇଲିନ
କେବେ ତିତିଲିର ଘର୍ଘଷସ୍ୱର ???
ପାଛୋଟିଆଣେ ନିରୀହ କୃଷକ
ନିଜଭାଗ୍ୟରେ ଗାନ୍ଧାରୀର ଅଭିଶାପ !

ହେ କୃଷକ……….
ପରିବାରତୁମ ଭିକ୍ଷା ଥାଳଧରି
ରାଜରାସ୍ତାରେ ଅପେକ୍ଷାରତ
ସରକାରୀ ପ୍ରୋତ୍ସାହନକୁ !!!
ବାସ୍ତବରେ……..
ତୁମ ଅଭିଶପ୍ତ ଜୀବନର
ନିଛକ ପ୍ରତିଛବି |
ପାଇବକି ଏଥିରୁ ନିସ୍ତାର…… ????

✒️ସୂର୍ଯ୍ୟ ନାୟକ

new life
You might also like
error: Content is protected !!