News
WhatsApp Image 2023-10-04 at 17.25.00
samparksetu

ବେରେଣୀ ଗ୍ରାମ ରେ ବଧୂହତ୍ୟା ଅଭିଯୋଗ !

କଙ୍କଡାହାଡ ଥାନା ଖତେଇ ବେରେଣୀ ଗ୍ରାମ ରେ ବଧୂହତ୍ୟା ଅଭିଯୋଗ l ସୂଚନା ଅନୁସାରେ ୭ ବର୍ଷ ତଳେ ଗଁଦିଆ ଥାନା ମଠ ତେନ୍ତୁଳିଆ ପଞ୍ଚାୟତ ଅନ୍ତର୍ଗତ ଅରାଚୁଆ ଗ୍ରାମ ର ସୀମାରାଣୀ ସାହୁ ଖତେଇବେରେଣୀ ଗ୍ରାମ ର ବିନୟ ସାହୁ ଙ୍କୁ ବୈଦିକ ରୀତିନୀତି ରେ ବିବାହ କରିଥିଲେ l

ବାହାଘର ର ଦୁଇବର୍ଷ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସୁସମ୍ପର୍କ ଥିଲା l କିନ୍ତୁ ବିବାହ ର କିଛି ବର୍ଷ ପରେ ପିଲାଛୁଆ ନହେବାରୁ ଉଭୟ ଙ୍କ ମଧ୍ୟରେ ଅନେକ ସମୟରେ ଉଭୟ ସ୍ୱାମୀ, ସ୍ତ୍ରୀ ଙ୍କ ମଧ୍ୟରେ କଳହ ଲାଗି ରହୁଥିଲା l ଯାହାକୁ ନେଇ ସୀମାରାଣୀ ନିଜ ବାପାଘର ଅରାଚୁଆ କୁ ଚାଲି ଯାଉଥିଲେ l ପରେ ତାଙ୍କ ସ୍ୱାମୀ ଓ ଶଶୁର ଘର ଲୋକ ସୀମାରାଣୀ ଙ୍କୁ ବୁଝାସୁଝା କରିବା ପରେ ସେ ନିଜ ଘରକୁ ଫେରୁଥିଲେ l

କିନ୍ତୁ ଗତକାଲି ବିଳମ୍ବିତ ରାତିରେ ସୀମାରାଣୀ ନିଜ ଶ୍ୱଶୁର ଘରେ ଏକ ଲୁଙ୍ଗି ସାହାଯ୍ୟ ରେ ଝୁଲନ୍ତା ଅବସ୍ଥାରେ ଝୁଲୁ ଥିବା ପରିବାର ଲୋକ ଦେଖିଥିଲେ l ଏ ଖବର ପାଇ ସୀମାରାଣୀ ଙ୍କ ପରିବାର ଲୋକ କଙ୍କଡାହାଡ ଥାନା ରେ ସୀମାରାଣୀ ଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି

l ଅଭିଯୋଗ ଆଧାର ରେ କଙ୍କଡାହାଡ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିବା ସହ ମୃତଦେହ କୁ ବ୍ୟବଛେଦ କରିବାପାଇଁ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରାଇଛି l ବର୍ତମାନ ସୁଦ୍ଧା ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ କିଭଳି ମୃତ୍ୟୁ ହୋଇଛି ସ୍ପଷ୍ଟ ଜଣାପଡିବ l

new life
You might also like
error: Content is protected !!