News
WhatsApp Image 2023-10-04 at 17.25.00
samparksetu

ବାହୁଡ଼ା ବିଜୟ

ଲୀଳାମୟ ହରି  ଭକ୍ତେ ଧନ୍ୟ କରି
   ନବ ଦିନ ଯାତ୍ରା ଅନ୍ତେ
ବାହୁଡା ବିଜୟ  କରିଦୟlମୟ
   ଧନ୍ୟ କରନ୍ତି ଜଗତେ l

ସର୍ବ ବେଦ ମୟ ସର୍ବଦେବ ମୟ 
      ବିଶ୍ଵମୟ ବିଶ୍ଵରୂପ
ନେତି ନେତି ବେଦ ବନ୍ଦଇ ଯେ ପଦ
      ରଥେ ବିଜେ ଭକ୍ତ ହିତ I

ରଥ ପଥ କ୍ଷେତ୍ର ସର୍ବେ ଜଗନ୍ନାଥ
    ଜଗନ୍ନାଥମୟ ପୁରୀ
ସେ ଲୀଳା ଦର୍ଶନେ ଧନ୍ୟ ସର୍ବ ଜନେ
    ଦ୍ରବିତ ହୃଦୟେ ସ୍ମରି  l

ମାନବୀୟ ଲୀଳା କରିଚକାଡୋଳା
     ବlହୁଡିବେ ଶ୍ରୀମନ୍ଦିର
ଜୟ ଜୟ ଘୋଷ  ଶୁଭେ ଚଉଦିଶ
      ଧନ୍ୟ ନଭ ଜଳ ସ୍ଥଳ l

ମୋ ବହୁଡlପଥେ ଥରେ କୃପାନେତ୍ରେ
     ଦୃଷ୍ଟି ଦେଵ ଦୟାମୟ
କରି ଦରଶନ  ହୋଇଯିବି ଧନ୍ୟ
    ଗାଇ ଜଗନ୍ନାଥ ଜୟ l

✍️ ଇଂ.ବସନ୍ତ କୁମାର ବରାଳ

new life
You might also like
error: Content is protected !!