News
WhatsApp Image 2023-10-04 at 17.25.00
samparksetu

ନିରାଡମ୍ବରରେ ପାଳନ ହେବ ବିଶ୍ଵପ୍ରସିଦ୍ଧ ବଳଦଯାତ୍ରା , ଏକାଦଶୀ ର ଭସାଣୀ ଯାତ୍ରା ସଂପୂର୍ଣ୍ଣ ବନ୍ଦ !

ପାର୍ବଣଋତୁରେ ପ୍ରତିବର୍ଷ ଉତ୍ସବ ମୂଖର ହେଉଥିବା ଭୁବନ ସହରର ପ୍ରସିଦ୍ଧ ଦୁର୍ଗା ପୂଜା ଓ ବଳଦଯାତ୍ରା ରେ ଚଳିତବର୍ଷ ହେବନାହିଁ ଆନନ୍ଦ ଉଲ୍ଲାସ ଏବଂ ଜନ ସମୁଦ୍ରର ଲହଡି।

ଦଶହରା ରେ ବଜାରଘାଟ ଖାଁ ଖାଁ ।ବ୍ୟବସାୟୀ ହାତବାନ୍ଧି ବସିଥିବା ବେଳେ ପୂଜା ମଣ୍ଡପରେ ପୋଲିସ ପ୍ରଶାସନର ପ୍ରହରା ହେତୁ ମଣ୍ଡପ ଜନଶୂନ୍ଯ । ଏହାରି ଭିତରେ ପୂର୍ବ ନିର୍ଦ୍ଧାରିତ ପ୍ରଶାସନିକ ନିଷ୍ପତ୍ତି ଅନୁସାରେ ପାଳନ ହେଉଛି ଛଅଟି ଯାଗାରେ ଦୁର୍ଗାମାଙ୍କର ମୃଣୟୀ ମୁର୍ତ୍ତି । ଗୋଟିଏ ସ୍ଥାନରେ ହରଗୌରୀ ଆଉ ଗୋଟିଏ ସ୍ଥାନରେ ହର ପାର୍ବତୀ ପୂଜା ଅନୁଷ୍ଠିତ ହେଉଅଛି ।

ପୋଲିସର ପ୍ରହରା ମଧ୍ୟରେ ସମସ୍ତ ମଣ୍ଡପରେ କାର୍ଯ୍ୟକର୍ତ୍ତା ଏବଂ ପୂଜକଙ୍କୁ ନେଇ କେବଳ ପୂଜାବିଧି ସମ୍ପର୍ଣ୍ଣ କରାଯାଉଛି ।ଦୁଇ ଦିନ ର ଯାତ୍ରା ଦୁଇ ଘଣ୍ଟା ମଧ୍ୟରେ କେବଳ ମାତ୍ର ଦୁଇଟି ବଳଦ(ଥୋରିଆ ସାହି, ବଳଦିଆ ସାହି) ଯୋଗେ ପାରମ୍ପରିକ ବଳଦ ଯାତ୍ରା କୁ ବଞ୍ଚାଇ ରଖିବାକୁ ଯାତ୍ରା ର ପୂର୍ବପ୍ରସ୍ତୁତି କରାଯାଇଅଛି ।

ବଳଦିଆ ସାହି ପୂଜାବିଧି ପାଳନ କରି ମେରିଖୁଣ୍ଟି ପୂଜାକରିଥିଲେ । ଥୋରିଆ ସମାଜର ଘରର ମୁରବୀ ଉପବାସରେ ଅଛନ୍ତି । ଘରକୁ ଲିପା ପୋଛା କରାଯାଇଛି । ଶୁଭ କଳସ ,କଦଳୀ ଗଛ ପୋତା ଯାଇଛି , ମା ବଣିଜାରୀ ଙ୍କ ନିକଟରେ ପୂଜା କରାଯାଇ ଅପରାହ୍ନ ୫ଟା ଅନୁକୂଳ ଯାତ୍ରା ସଂପୂର୍ଣ୍ଣ କୋଭିଡି ନିୟମ ଅନୁସାରେ ସୁସଜ୍ଜିତ ବଳଦ କୁ ମାତ୍ର ଦୁଇ ଖଣ୍ଡ ଡୋଲ ବାଜା ସହ ପ୍ରଥମେ ଚଣ୍ଡି ମନ୍ଦିର, ସାଧବନଗର, ଗୁଜୁରୀହାଟ, ବଡହାଟ ରେ ପାଞି ପାଠ, ବିଘ୍ନ ମହାନ୍ତି ବସାନିକଟକୁ ଯାଇ ବଙ୍ଗାଳୀସାହି ଗଳିରେ ନୂଆ ବଜାର ସ୍ଥିତ ଦଶରା ପଡିଆ ମାଟିକୁ ପ୍ରଣାମ ଜଣାଇ ଘରକୁ ଫରିଆସନ୍ତି ।

ଗୋପାଳଜୀୟୁ ମନ୍ଦିରରେ ପରମ୍ପରା ଅନୁସାରେ ଫୁଲ ନିକିତି ଲୁଣ ମାପି ଇଷ୍ଟ ଦେବ ରଘୁନାଥ ଜୀୟୁ ଙ୍କୁ ପ୍ରଣାମ ଜଣାଇ ଭାଇ ଚାର ଅନୁକୁଳ କରାଯିବ ।

ସେହିପରି ବଳଦିଆ ସମାଜ ର ସୁସଜ୍ଜିତ ବଳଦ ଅପରାହ୍ନ ରେ ବାହାରି ତୃତୀୟା ଶ୍ରୀ ଜଗନ୍ନାଥ ମନ୍ଦିର ରେ ପହଞ୍ଚି ଆଶିର୍ବାଦ ଭିକ୍ଷା ପରେ ଦେଶ ଦୁର୍ଗା ବନ ଦୁର୍ଗା ଙ୍କୁ ଦର୍ଶନ କରି ସ୍ବଗୃହକୁ ଫେରିବାର ପ୍ରଶାସନ ଶାନ୍ତି କମିଟି ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି ।

ଚଳିତ ବର୍ଷ ହିଙ୍ଗୁଳା ପୀଠ ରେ ପୂଜା ପାଉଥିବା ମା ଶାରଳାଙ୍କ ମନ୍ଦିର ରେ ନବରାତ୍ର ପୂଜା ଅନୁଷ୍ଠିତ ହେଉଅଛି, ମା ଶାରଳାଙ୍କ ନବମୀ ପୂଜା ରୀତିନୀତି ରେ ସମାପନ କରାଯିବା ସହ ମା ହିଙ୍ଗୁଳା ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଜଗତ ମଙ୍ଗଳ କାମନା ନିମନ୍ତେ ପୂଜାରେ ୧୦୮ ଦୀପ ପ୍ରଜ୍ଜ୍ଵଳନ ସହିତ ମହାଦୀପ ପ୍ରଜ୍ୱଳନ କରାଯାଇଥିଲା।ଏକାଦଶୀ ର ଭସାଣୀ ଯାତ୍ରା ସଂପୂର୍ଣ୍ଣ ବନ୍ଦ ।

ଆଠଟି ମାଟି ମୂର୍ତ୍ତୀ ନିଜ ସୁବିଧା ରେ ଘଣ୍ଟ ବଜାଇ ଦିନବେଳେ ଭସାଣୀ କରିବେ । ଲକ୍ଷାଧିକ ଲୋକଙ୍କୁ ନେଇ ହେଉଥିବା ରାବଣପୋଡି ମଧ୍ୟ ବନ୍ଦ କରାଯାଇଛି ।

new life
You might also like
error: Content is protected !!