News
WhatsApp Image 2023-10-04 at 17.25.00
samparksetu

ବନମାଳୀ ପ୍ରସାଦ ଅଞ୍ଚଳରେ ମହିଳାଙ୍କୁ ମାରଣାତ୍ମକ ଆକ୍ରମଣ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବନମାଳୀ ପ୍ରସାଦରେ ରହୁଥିବା ଜଣେ ମହିଳା ସଂଘବଦ୍ଧଭାବେ ଆକ୍ରମଣର ଶିକାର ହୋଇଥିବାର ଜଣାଯାଇଛି । ମହିଳାଙ୍କ ମୁହଁ ଓ ଶରୀରରେ ମାଡର ହୋଇଥିବା ବେଳେ, ପିସିଆର ପହଞ୍ଚି ତାଙ୍କୁ ଉଦ୍ଧାର କରିଛି । ତେବେ ଆକ୍ରମଣର ଶିକାର ହୋଇଥିବା ମହିଳା ସନ୍ଧ୍ୟାରାଣୀ ବିଶ୍ୱାଳ ଟାଉନ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ।

ମିଳିଥିବା ସୁଚନା ଅନୁଯାୟୀ, ସନ୍ଧ୍ୟାଙ୍କ ସ୍ଵାମୀ ଗଗନ ବିହାରୀ ବିଶ୍ବାଳ ପ୍ରାୟ ଏକବର୍ଷ ହେବ ତାଙ୍କୁ ଛାଡି ଚାଲି ଯାଇଛନ୍ତି । ତେବେ ଗତ ଶନିବାର ରାତି ପ୍ରାୟ ୮ଟାରେ ଗଗନ ଓ ତାଙ୍କ ବଡ ଭାଇ, ଭାଉଜ, ସାନ ଭାଇ, ପୁତୁରା ଆଦି ୬ରୁ ୭ ଜଣ ଆସି କବାଟ ବାଡେଇଥିଲେ । ସଂନ୍ଧ୍ୟାରାଣୀ କବାଟ ଖୋଲିବାରୁ ଘର ଭିତରେ ପଶି ସଂଘବଦ୍ଧ ଭାବେ ମାରଣାତ୍ମକ ଆକ୍ରମଣ କରିଥିଲେ । ଏପରିକି ଲୁହା ରଡରେ ପିଟିବା ସହ ବିଭିନ୍ନ ଅତ୍ୟାଚାର କରିଥିଲେ । କାନଫୁଲ ଝିଡାଇନେବା ସହ ଝିଅର ପାଠ ପଢା ପାଇଁ ରଖିଥିବା ୪୦ ହଜାର ଟଙ୍କା ମଧ୍ୟ ନେଇଯାଇଥିଲେ ।

ତୁରନ୍ତ ଘର ଛାଡି ନକଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ବୋଲି ଜଣାଇଛନ୍ତି ସନ୍ଧ୍ୟା । ତେବେ ମହିଳାଙ୍କ ବାପା ଏନେଇ ପୁଲିସକୁ ଜଣାଇବାରୁ ପିସିଆର ପହଞ୍ଚି ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ପଠାଯାଇଥିଲା । ଚିକିତ୍ସିତ ହେବାପରେ ମହିଳା ଏନେଇ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି । ତାଙ୍କ ଜୀବନ ପ୍ରତି ବିପଦଥିବାରୁ ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ସନ୍ଧ୍ୟା । ଅନ୍ୟପଟେ ସନ୍ଧ୍ୟାଙ୍କ ସ୍ଵାମୀ ମଧ୍ୟ ତାଙ୍କ ନାଁରେ ପାଲଟା ଅଭିଯୋଗ କରିଥିବା ଜଣାଯାଇଛି ।

new life
You might also like
error: Content is protected !!